କେମିତି ଆଖିବୁଜିଲେ ଝରାଫୁଲ ? ହତ୍ୟା ନା ଅସୁସ୍ଥତା ଯୋଗୁ ହୋଇଥିଲା ଛାତ୍ରୀଙ୍କ ମୃତ୍ୟୁ ?

ଦ୍ୱନ୍ଦ୍ୱ ବଢାଇଲା ଅଭିଯୁକ୍ତ ରାକେଶଙ୍କ ବୟାନ

ଭୁବନେଶ୍ବର: କେମିତି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ସେ ନେଇ ଅଭିଯୁକ୍ତ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ବୟାନ ଦେଇଛି । ବୟାନରୁ ଝରାଫୁଲଙ୍କର ମୃତ୍ୟୁ କିଭଳି ହୋଇଛି ତାହା ସ୍ବଷ୍ଟ ହୋଇପାରୁ ନାହିଁ। ଘଟଣା ଦିନ ବାଣୀ ବିହାର ଛକରୁ ଝରାଫୁଲ ବସରୁ ଓହ୍ଲାଇ ପଡ଼ିଥିଲେ ଓ ସେଦିନ ରାତିରେ ସେ  ରାକେଶଙ୍କ ସହ ଏକ ହୋଟେଲରେ ରହିଥିଲେ। ତେବେ ହୋଟେଲରେ ଝରାଫୁଲଙ୍କର ପ୍ରବଳ ବ‌ାନ୍ତି ହୋଇଥିଲା ଏବଂ ସେ ଜଲଦି ଘରକୁ ପଳାଇବା ବୋଲି ରାକେଶଙ୍କୁ କହିଥିଲେ। ଏହାପରେ ସକାଳେ ଉଠିବା ପରେ ରାକେଶ ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ପାଇଥିଲେ। ତେଣୁ ପ୍ରଶ୍ନ ଉଠୁଛି, ଝରାଫୁଲଙ୍କର ମୃତ୍ୟୁ ପେଟ ଖରାପ ଥିବା ଯୋଗୁଁ ହୋଇନାହିଁ ତ? ଯଦି ଏପରି ନ ହୋଇଥାଏ ତେବେ ଝରାଫୁଲଙ୍କୁ ହୋ‌ଟେଲ ରୁମରେ ହତ୍ୟା କରାଯାଇଛି।

Mystery shrouds death of RD University girl Jharaphula Nayak as body found on roadside in Jajpur | Sambad English

ରାକେଶର କହିବା ଅନୁସାରେ, ଗତ ୨୬ ତାରିଖ ସକାଳେ ଝରାଫୁଲ ଯଶୀପୁର ଯିବା ଲାଗି ଝାଡେଶ୍ୱର ବସରେ ଚଢିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡିଥିଲା । ଚାଲିଚାଲି ରୁପାଲି ଛକ ଯାଏଁ ଯିବା ପରେ ସେଠାରେ ଅପେକ୍ଷା କରି ରହିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇଯାଇଥିଲେ । ଦୁହେଁ ଏକାଠି ରାତି ବିତାଇବା ପରେ ସକାଳୁ ଝରାଫୁଲଙ୍କ ପାଟିରୁ ଫେଣ ବାହାରୁଥିବା ଦେଖି ସେ ଭୟଭୀତ ହୋଇ ପଡିଥିଲେ ।

ବନ୍ଧୁ ଶେଖରଙ୍କୁ ଡାକି ସ୍କୁଟରରେ ବସାଇ କଟକ ବଡ଼ ମେଡିକାଲକୁ ନେଉଥିଲେ । ହେଲେ ଝରାଫୁଲ ଅଚେତ ହୋଇପଡିଥିବା ବନ୍ଧୁଙ୍କୁ କହି ଥିଲେ । ବରଂ ଅସୁସ୍ଥ ହୋଇଥିବାରୁ ହସ୍ପିଟାଲ ନେବା କଥା କହି କଟକ ଆଡ଼କୁ ଯାଇଥିଲେ। ତେବେ କଟକ ଆଗକୁ ଚାଲିଯିବା ପରେ ବନ୍ଧୁଙ୍କ ସନ୍ଦେହ ହେଇଥିଲା । ପରେ ଘରେ ନେଇ ଛାଡି ଦେବେ ବୋଲି ବନ୍ଧୁଙ୍କୁ କହିଥିଲେ । ଯାଜପୁର କୁଆଖିଆ ନିକଟରେ ଅନ୍ୟ କିଛି ଲୋକ ସନ୍ଦେହ କରି ଆଗରେ ଗାଡି ରଖିବାରୁ ଝରାଫୁଲଙ୍କ ମୃତ୍ୟୁ ହୋଇଯାଇଥିବା ବନ୍ଧୁଙ୍କୁ ଜଣାଇଲେ । ପୁଲିସ ଭୟରେ ଦୁହେଁ ମୃତଦେହକୁ ଧରି ରାସ୍ତାକଡ଼ରେ ଫିଙ୍ଗି ଦେଇ ପଳାଇ ଆସିଥିଲେ ।

RD Women's University Student's Death Case: Two Accused Identified - Pragativadi

ସେପଟେ ଯାଜପୁର ଏସପି କହିଛନ୍ତି, ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କୁ ପଚରାଉଚରା କରାଯାଇଛି । ତଦନ୍ତ ପରେ ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଏସପି ।ଅନ୍ୟପକ୍ଷରେ, ସାମନାକୁ ଆସିଛି ଭୁବନେଶ୍ୱର ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସର ସିସିଟିଭି ଫୁଟେଜ । ଗତ ୨୬ ତାରିଖରେ ରାତିରେ ଶିବସାଇ ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ରହିଥିଲେ ଝରାଫୁଲ । ଏହା ପରେ ୨୭ ତାରିଖ ସକାଳେ ଗେଷ୍ଟ ହାଉସରୁ ଝରାଫୁଲକୁ ଏକ ସ୍କୁଟରରେ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଆଉ ଜଣେ ଯୁବକ ସ୍କୁଟରରେ ଝରାଫୁଲକୁ ନେଉଥିବାର ଦୃଶ୍ୟ ସିସିଟିଭିରେ ରହିଛି। ସିସିଟିଭି ହାର୍ଡଡିସ୍କକୁ ପୁଲିସ ଜବତ କରି ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର