ଭୁବନେଶ୍ୱର: ନିକଟରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୭ ବା ପରକୀୟା ପ୍ରୀତିକୁ ଉଚ୍ଛେଦ କରାଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧରେ ସ୍ବର ଉଠିଛି। ଏହି ଧାରାର ଉଚ୍ଛେଦ ଫଳରେ ସମାଜରେ ଏହାର ଖରାପ ପ୍ରଭାବ ପଡ଼ିବା ସହିତ ଭାରତୀୟ ସମାଜ ଓ ସଂସ୍କୃତି ପ୍ରଭାବିତ ହେବ। ସମାଜରେ ଶାନ୍ତି ଭଙ୍ଗ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ ସୁପ୍ରିମକୋର୍ଟ ନିଜ ରାୟର ପୁନର୍ବିଚାର କରନ୍ତୁ ବୋଲି ଆଜି ଭୁବନେଶ୍ବର ବାର ଆସୋସିଏସନ୍ର ଆଇନଜୀବୀମାନେ ଅନୁରୋଧ କରିଛନ୍ତି। ଆଜି ଭୁବନେଶ୍ବର ବାର ଆସୋସିଏସନ୍ର ଲାଇବ୍ରେରି ହଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ କହିଲେ, ପରକୀୟା ପ୍ରୀତିକୁ ସମାଜ ସହଜରେ ଗ୍ରହଣ କରି ନ ଥାଏ। ପରିସ୍ଥିତି ଚକ୍ରରେ ପଡ଼ି କେତେକ ମହିଳା ଅନୈତିକ କାର୍ଯ୍ୟକୁ ଆପଣାଇ ନେଇଥାନ୍ତି। ଯାହାକି ଏକ ଭିନ୍ନ ଘଟଣା। ଯେଉଁ କେତେକ ବିଦେଶ ରାଷ୍ଟ୍ରର ସୁପ୍ରିମକୋର୍ଟ ଉଦାହରଣ ଦେଇଛନ୍ତି ସେଭଳି ଅନେକ ରାଷ୍ଟ୍ରରେ ମଧ୍ୟ ପରକୀୟା ପ୍ରୀତିକୁ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ବିଦେଶ ସଂସ୍କୃତି ଓ ଭାରତୀୟ ସଂସ୍କୃତି ମଧ୍ୟରେ ଯଥେଷ୍ଟ ଫରକ ରହିଛି। ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ବନ୍ଧନ। ପରକୀୟା ପ୍ରୀତି ବିବାହ ଉଚ୍ଛେଦ ପାଇଁ ଏକ ବଳିଷ୍ଠ ମାଧ୍ୟମ ହୋଇଥାଏ। ଯଦି ପରକୀୟା ପ୍ରୀତି ଅପରାଧ ନୁହେଁ, ତେବେ ଏହା ବିବାହ ବିଚ୍ଛେଦ କ୍ଷେତ୍ରରେ କିଭଳି ସହାୟକ ହେବ। ତେଣୁ ସୁପ୍ରିମକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ଏହାର ପୁନର୍ବିଚାର କରିବା ଉଚିତ୍। ତେବେ ଭୁବନେଶ୍ବର ବାର ଆସୋସିଏସନ୍ ପକ୍ଷରୁ ଆଗାମୀ ଦିନରେ ଏହାକୁ ନେଇ ରିଭ୍ୟୁ ପିଟିସନ୍ ଦାଖଲ କରାଯିବା ଉପରେ ଆଲୋଚନା କରାଯିବ ବୋଲି ଶ୍ରୀ ରାୟ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ସୁଦାମ ଚନ୍ଦ୍ର ଦାସ, ଜିଆ ଉଲ୍ ହକ୍, ମିତ୍ରଭାନୁ ମହାପାତ୍ର ଓ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପରକୀୟା ପ୍ରୀତି ରାୟର ପୁନର୍ବିଚାର କରନ୍ତୁ ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2018/09/supreme-court-02-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)