ଭୁବନେଶ୍ବର: ଗାଢ଼କଣ ଅଳିଆ ଗଦାକୁ ନେଇ ବିଜେପିର ସତ୍ୟାଗ୍ରହ ୨୧ ଦିନରେ ପହଞ୍ଚିଛି। ସେପଟେ ସତ୍ୟାଗ୍ରହକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି ମେୟର ସୁଲୋଚନା ଦାସ।

Advertisment

ବିଜେପି ଏହାକୁ ନେଇ ଅଯଥା ରାଜନୀତି ନ କରିବାକୁ ଅନୁରୋଧ କରି ସୁଲୋଚନା ଦାସ କହିଛନ୍ତି ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ ଲୋକଙ୍କ ପାଖକୁ ଆସିବା ପାଇଁ ତେଣୁ ବିଜେପି ଟିଟିଏସ୍ କୁ ପ୍ରସଙ୍ଗ କରିଛନ୍ତି। ବିଏମସି ଅଞ୍ଚଳରେ ପ୍ରତିଦିନ ୧୦୦୦ ମେଟ୍ରିକ୍ ଟନ୍ ଅଳିଆ ବାହାରୁଛି। ସେ ଅଳିଆକୁ ନେଇ କୁଆଡେ ଯିବ ବିଏମସି ବୋଲି ପ୍ରଶ୍ନ କରିଛନ୍ତି ମେୟର। ଏନଜିଟିର ଆଦେଶ ପରେ ହଠାତ୍ ଦାରୁଠେଙ୍ଗ ବନ୍ଦ ହେବା ପରେ ଟିଟିଏସ୍ ରେ ମାତ୍ରାଧିକ ଅଳିଆ ଗଦା ହୋଇଯାଇଛି। ବିଏମସି କିନ୍ତୁ ଲୋକଙ୍କ ସମସ୍ୟା ବୁଝୁଛି ସେଥିପାଇଁ ବିଏମସି ୩ଟି ସିଫ୍ଟରେ ଟେରେକ୍ସ ଏବଂ ଟର୍ମେଲ ମେସିନ୍ ଚଳାଇ କାମ କରୁଛି। ସେଠାର ଆଉ ଅଳିଆ ଗଦା ହେବନି। ୨ମାସରେ କାମ ଶେଷ ହେବ। ସେଥିପାଇଁ ଜୋରସୋରରେ କାମ କରୁଛୁ। ୨ ମାସ ପରେ ସେଠାରେ ଆଉ ଅଳିଆ ପକାଯିବ ନାହିଁ। ଦରକାର ପଡ଼ିଲେ ଟିଟିଏସ୍ ଥିବା ଲ୍ୟାଣ୍ଡକୁ ଲ୍ୟାଣ୍ଡ ଫିନିଂ କିମ୍ବା ଏଗ୍ରିକଲଚର ଲ୍ୟାଣ୍ଡରେ ଲାଗିବ ଏବେ ଟିଟିଏସରୁ ୱେଷ୍ଟ ପ୍ଲାଷ୍ଟିକ ଓ କପଡ଼ା ପ୍ରତିଦିନ ୫ଟି ଗାଡ଼ିରେ ରାଜଗାଙ୍ଗପୁର ସିମେଣ୍ଟ ଫ୍ୟାକ୍ଟ୍ରିକୁ ଯାଉଛି। ଆଉ ସେଠାରେ ତାକୁ ଫୁଏଲ୍ ରେ ବ୍ୟବହାର କରାଯାଉଛି। ରାଜଧାନୀବାସୀ ଆମକୁ ଆଉ କିଛି ଦିନ ସହଯୋଗ କରନ୍ତୁ।