ଭୁବନେଶ୍ୱର : କରୋନା କଟକଣା ପାଇଁ ଚଳିତ ବର୍ଷ ବାଲିଯାତ୍ରା ଅନୁଷ୍ଠିତ ହେଉ ନଥିଲେ ହେଁ ଭାରତ ମସଲା ଯୋଗାଇ ଆସୁଥିବା ବାଲିଯାତ୍ରା ଅଫର୍ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରିଛି। ଏହି ପରିପ୍ରେକ୍ଷୀରେ ‘ସମ୍ବାଦ’ ପାଠକଙ୍କ ପାଇଁ ମାଗଣା ଉପହାର ପ୍ରଦାନ କରାଯାଇଛି। ପାଠକମାନେ ସମ୍ବାଦରେ ପ୍ରକାଶ ପାଇଥିବା କୁପନ ଆଣି ସହରରେ ଖୋଲା ଯାଇଥିବା ଷ୍ଟଲ୍ରୁ ମାଗଣା ଉପହାର ନେଇଛନ୍ତି।
/sambad/media/post_attachments/wp-content/uploads/2020/12/keshab.jpg)
ଉପହାର ପହଞ୍ଚାଇବା ପାଇଁ ସମ୍ବାଦ ପକ୍ଷରୁ ୪ଟି ସ୍ଥାନରେ ଷ୍ଟଲ୍ ଖୋଲିଥିବା ବେଳେ ଉପହାର ନେବା ପାଇଁ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିଲା। ପଟିଆ ବିଗ୍ବଜାର ନିକଟ, ପୁରୁଣା ଭୁବନେଶ୍ବର ବଢ଼େଇବାଙ୍କ ଛକ, ବରମୁଣ୍ଡାସ୍ଥିତ ରୁଚିକା ମାର୍କେଟ୍, ଶ୍ରୀୟା ଛକସ୍ଥିତ ଆମ ଓଡ଼ିଶା ଅଫିସ୍ ସମ୍ମୁଖରେ ଷ୍ଟଲ୍ ଖୋଲି ପାଠକମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା। ସାମାଜିକ ଦୂରତା ବଜାୟ ସହ ମାସ୍କ ପିନ୍ଧି ପାଠକମାନେ ଆସି ଉପହାର ନେଇଥିଲେ। ତେବେ ବଢ଼େଇବାଙ୍କ ଛକ ଓ ରୁଚିକା ମାର୍କେଟ୍ରେ ପ୍ରବଳ ଭିଡ଼ ହେବାରୁ ପୁଲିସ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/sambad-ruchi.jpg)