ଭୁବନେଶ୍ବର: ଆସନ୍ତା ୧୨ରୁ ୨୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଆଜିଠାରୁ ବିଏମ୍ସି ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି। ଜୋନାଲ ଡେପୁଟି କମିସନର ଲଲାଟେନ୍ଦୁ ସାହୁଙ୍କ ଉପସ୍ଥିତିରେ ୧୦ ବୁଲା ବିକାଳି, ୨୨ଟି ଅସ୍ଥାୟୀ ଦୋକାନ, ୭ଟି ଅସ୍ଥାୟୀ ଟିଣ ଛପର ଦୋକାନ, ମେଡିଆନରେ ଲାଗିଥିବା ଦଳୀୟ ପତାକାକୁ ହଟାଯାଇଛି। ଏହାସହ ଖଣ୍ଡଗିରିରୁ ବିମାନବନ୍ଦର ପର୍ଯ୍ୟନ୍ତ ଏବଂ ଶିରିପୁରରୁ ଫାୟାର ଷ୍ଟେସନ ଛକ ଯାଏଁ ଉଚ୍ଛେଦ ହୋଇଛି। ସେହିପରି ୧୦ ଓ ୧୧ତାରିଖରେ ପାର୍କିଂ ସ୍ଥଳ ଏବଂ ପିଣ୍ଡି ଆବଣ୍ଟନ ହେବ ବୋଲି ନିଷ୍ପତ୍ତି ହୋଇଛି। ଏଥର ଲାଇସେନ୍ସ ଫି’ ୫୦ଟଙ୍କାରୁ ଆରମ୍ଭ କରି ୬ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଅସ୍ଥାୟୀ ଷ୍ଟଲ ପାଇଁ ଦିନକୁ ୬ହଜାର, ସରକାରୀ ଜମିରେ ଡ୍ରାମା ଏବ˚ ଅପେରା ନିମନ୍ତେ ୬ହଜାର ଟଙ୍କା, ଘରୋଇ ଜମିରେ ୫ହଜାର, ଚିଡିଆଖାନା ପାଇଁ ଦୈନିକ ୧୫୦୦ ଏବ˚ ବୁଲା ଦୋକାନ ପାଇଁ ୫୦ଟଙ୍କା ଧାର୍ଯ୍ୟ କରାଯାଇଛି ।
ଖଣ୍ଡଗିରି ମେଳା ପାଇଁ ଉଚ୍ଛେଦ ଆରମ୍ଭ, ଲାଇସେନ୍ସ ଫି’ ୫୦ରୁ ୬ହଜାର ଟଙ୍କା
/sambad/media/post_attachments/wp-content/uploads/2018/01/khandagiri-mela.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)