ନିକଟରେ ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ’ରେ ପ୍ରସାରିତ ‘ସ୍ୱୟଂବର’ରେ ଅଭିନେତ୍ରୀ ଜିନାଙ୍କ ପ୍ରେମକାହାଣୀକୁ ନେଇ ଖୁବ୍ ଚର୍ଚା ହୋଇଥିଲା। ଏଥିରେ ତାଙ୍କୁ ପ୍ରେମ ନିବେଦନ କରିଥିଲେ ଅଭିନେତା ରୁଦ୍ର। ଆଉ ରିୟଲିଟି ସୋ’ର ସେହି ସ୍ୱୟଂବର ବାସ୍ତବ ଜୀବନରେ ମଧ୍ୟ ସାକାର ରୂପ ନେଇଥିଲା। ଜିନା-ରୁଦ୍ର ପାଲଟି ଯାଇଥିଲେ ବାସ୍ତବ ଜୀବନର ସାଥୀ।
ଜିନା କହନ୍ତି, ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ରୁଦ୍ରଙ୍କର ସ୍ୱତନ୍ତ୍ରତା ଥିଲା, ପ୍ରଥମ ଦିନ ସାରା ଓଡ଼ିଶାର ଲୋକଙ୍କ ସାମ୍ନାରେ ସେ ମତେ ପ୍ରପୋଜ୍ କରିଥିଲେ। ସେ ଯାହା କରନ୍ତି ହୃଦୟର ସହ କରନ୍ତି। ପ୍ରକୃତ ପ୍ରେମ କାହାକୁ ମିଳିଗଲେ ମନ ଭିତରେ ଏକ ଅଲଗା ପ୍ରକାରର ଅନୁଭୂତି ଖେଳିଯାଏ। ଯେତେବେଳେ ରୁଦ୍ର ପ୍ରପୋଜ୍ କରିଥିଲେ ମତେ ସେମିତି କିଛି ଅନୁଭବ ହୋଇଥିଲା। ମୋ ନିଦ ହଜି ଯାଇଥିଲା। ମୁଁ ପ୍ରେମକୁ କେବଳ ଭଲ ପାଇବା ଭାବେନି, ତା’ସହିତ ସ୍ନେହ, ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି ସମ୍ମାନ, ଦାୟିତ୍ୱ, କର୍ତ୍ତବ୍ୟ ଓ ତ୍ୟାଗକୁ ବୁଝାଏ। ଏମିତି ଏକ ଜିନିଷ ଏହାକୁ ସବୁବେଳେ ଉପହାର ସ୍ୱରୂପ ଦିଆଯାଇପାରିବ। ଆମର ବିବାହ ପରେ ଏହା ହେଉଛି ପ୍ରଥମ ଭାଲେଣ୍ଟାଇନ ସପ୍ତାହ । ରୁଦ୍ର ମୋ ବୟଫ୍ରେଣ୍ଡ ଓ ସ୍ୱାମୀ ତେଣୁ ଏ ବର୍ଷ ଭାଲେଣ୍ଟାଇନ ସପ୍ତାହର ପ୍ରତିଟି ଦିନକୁ ଆମେ ସେଲିବ୍ରେଟ କରିବୁ। ଆଜି ରୋଜ୍ ଡେ’ରେ ବଗିଚାରୁ ଫୁଲ ତୋଳି ରୁଦ୍ରଙ୍କୁ ଦେଲି। ଆସନ୍ତାକାଲି ପ୍ରପୋଜ୍ ଡେ’ରେ ଆମ ଉଭୟଙ୍କ ସୁଟିଂ ଅଛି । ସୁଟିଂ ସେଟ୍ରେ ପ୍ରପୋଜ ଡେ’କୁ ସେଲିବ୍ରେଟ କରିବା ମଜା ନିଆରା ହେବ।
ରିଏଲିଟି ସୋ’ରେ ଜିନାଙ୍କୁ ପ୍ରପୋଜ୍ କରିଥିଲେ ରୁଦ୍ର
ବାସ୍ତବ ଜୀବନରେ ଚର୍ଚିତ ପ୍ରେମ କାହାଣୀ
/sambad/media/post_attachments/wp-content/uploads/2018/02/JINNA-RUDRA2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)