ବୁଦ୍ଧ ଜୟନ୍ତୀ ପାର୍କର ପୁନରୁଦ୍ଧାର ଆରମ୍ଭ

ଖବର ପ୍ରକାଶ ପରେ ତତ୍ପରତା

ଚନ୍ଦ୍ରଶେଖରପୁର: ଖବର ପ୍ରକାଶନ ପରେ କର୍ତ୍ତୃପକ୍ଷଙ୍କ ଚେତା ପଶିଲା। ଦୀର୍ଘ ଦିନ ହେଲା ଅବ୍ୟବସ୍ଥା ଘ‌େରରେ ରହିଥିବା ବୁଦ୍ଧ ଜୟନ୍ତୀ ପାର୍କର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ପାର୍କର ମୁଖ୍ୟ ଆକର୍ଷଣ ୱାଟର୍ ଫାଉଣ୍ଟେନ୍‌ର ଦୀର୍ଘ ଦିନ ହେଲା ପାଣି ବଦଳା ଯାଇନଥିବାରୁ ତାହା ଦୁର୍ଗନ୍ଧ ହେଉଥିଲା। ସେଥିରେ ଥିବା ରଙ୍ଗିନ୍ ମାଛଙ୍କ ଦେହରେ ଘା’ ହୋଇଯାଇଥିଲା। ଏବେ ତାହାର ମରାମତି କାମ ଆରମ୍ଭ ହୋଇଛି। ସେହିପରି ମହିଳା ଶୌଚାଳୟ ବିଲ୍‌ଡିଂ, ବ୍ୟାୟାମ ସରଞ୍ଜାମରେ ଲାଗିଥିବା କଳଙ୍କି ସଫା ଓ ଅନେକ ସ୍ଥାନରେ ଥିବା ବଣବୁଦା, ଉଇହୁଙ୍କାକୁ ସଫା କରାଯାଇଛି।

ଏହାସହ ପିଇବା ପାଣି ସମସ୍ୟାର ମଧ୍ୟ ସମାଧାନ କରାଯାଉଛି। ପୁନରୁଦ୍ଧାର କାମ ଆରମ୍ଭ ହୋଇଥିବାରୁ ପାର୍କକୁ ଆସୁଥିବା ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ରକ୍ଷଣାବେକ୍ଷଣା ଅଭାବରୁ କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ଏହି ପାର୍କର ବିଭିନ୍ନ ସାରଞ୍ଜମ ନଷ୍ଟ ହେବାକୁ ବସିଥିଲା। ବାହାରୁ ଚକାଚକ୍ ଦେଖାଯାଉଥିବା ଏହି ପାର୍କର ଭିତର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏ ସଂପର୍କରେ ଗତ ଜୁନ୍ ୧୧ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର