ଭୁବନେଶ୍ବର: ଏଥର ବିଏମ୍ସିରେ ୪୨ଜଣ ମହିଳା କର୍ପୋରେଟର। ମେୟର ପଦକୁ ହିସାବକୁ ନେଲେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୪୩। ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏହି ସଂଖ୍ୟା ହେଉଛି ୬୧ ପ୍ରତିଶତରୁ ବେଶି। ପୂର୍ବରୁ ଏତେ ସଂଖ୍ୟାରେ କର୍ପୋରେଟର ପ୍ରାର୍ଥୀ ନଥିବାରୁ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଚଳିତ ନିର୍ବାଚନରେ କର୍ପୋରେଟର୍ ପଦ ପାଇଁ ଦାଖଲ ହୋଇଥିବା ୨୯୦ ଟିରୁ ୧୬୦ଟି ମହିଳାଙ୍କର ଥିଲା। ସମୁଦାୟ ସଂଖ୍ୟାର ଏହା ଥିଲା ୫୬ ପ୍ରତିଶତ। ପ୍ରାର୍ଥିପତ୍ରର ଏହି ସଂଖ୍ୟା ମଧ୍ୟ ସର୍ବକାଳୀନ ରେକର୍ଡ ହୋଇଥିଲା।
ଗତଥର ବିଏମ୍ସିରେ ୩୮ଜଣ କର୍ପୋରେଟର ରହିଥିଲେ। ସେବେ ମଧ୍ୟ ବିଜେଡି ୫୦ ପ୍ରତିଶତରୁ ବେଶି ମହିଳାଙ୍କୁ ସୁଯୋଗ ଦେଇଥିଲା। ଏବେ ମଧ୍ୟ ବିଜେଡି ୨୮ ଜଣ କର୍ପୋରେଟର ଜିତିଛନ୍ତି। ବିଜେଡିରୁ ଜିତିଥିବା ୪୮ କର୍ପୋରେଟରଙ୍କର ମଧ୍ୟରେ ମହିଳା ହେଉଛନ୍ତି ୫୮ ପ୍ରତିଶତ। ସେହିଭଳି ବିଜେପିରୁ ଏଥର ୧୦ଜଣ କର୍ପୋରେଟର ଜିତିଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ମହିଳା ଅଛନ୍ତି। ଅର୍ଥାତ୍ ମହିଳା ହେଉଛନ୍ତି ୭୦ପ୍ରତିଶତ। ଅନ୍ୟପଟେ ୯ଜଣ ସ୍ବାଧୀନ କର୍ପୋରେଟର୍ଙ୍କ ମଧ୍ୟରୁ ୬ଜଣ ମହିଳା ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/bmc-ddd.jpg)