ଟିକେଟ୍‌ ବିକ୍ରିରେ ନନ୍ଦନକାନନର ରେକର୍ଡ

ବାରଙ୍ଗ : ଆର୍ଥିକ ବର୍ଷ ୨୦୧୭-୨୦୧୮ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ରେକର୍ଡ ସୃଷ୍ଟି କରିଛି। ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ  ସର୍ବାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଟିକଟ୍‌ ବିକ୍ରି ଓ ଅନ୍ୟାନ୍ୟ ବାବଦକୁ ରାଜସ୍ୱ ଆଦାୟ ମଧ୍ୟ ସର୍ବାଧିକ ଥିବା ନନ୍ଦନକାନନର ରିପୋର୍ଟରୁ ଜଣାପଡ଼ିଛି। ଏହି ବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୨,୯୯,୩୦୪ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୯୨,୫୯୦ ପର୍ଯ୍ୟଟକଙ୍କର ଆଗମନ ହୋଇଥିବା ଟିକେଟ୍‌ ବିକ୍ରିରୁ ଜଣାପଡ଼ିଛି। ଉଭୟ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ମୋଟ ୩୪,୯୧,୮୯୪ ଟିକଟ ବିକ୍ରି ହୋଇଛି। ନନ୍ଦନକାନନର ରାଜସ୍ୱ ୧୩,୫୬,୬୦,୨୮୨ ଟଙ୍କା ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୭୧,୭୩,୯୮୦ଟଙ୍କା ରାଜସ୍ୱ ଆଦାୟ ହୋଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ରାଜସ୍ୱ ମିଶି ୧୪,୨୮,୩୪,୨୬୨ ଟଙ୍କା ଆଦାୟ ହୋଇଛି। ଯାହା ବିଗତ ବର୍ଷଗୁଡ଼ିକର ସମସ୍ତ ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଗତ ୨୦୧୬-୨୦୧୭ ବର୍ଷରେ ପର୍ଯ୍ୟଟକ ଆଗମନ ସଂଖ୍ୟା ୩୩,୭୭,୪୭୩ ଠାରୁ ଚଳିତ ବର୍ଷ ୧,୧୪,୪୨୧ ଅଧିକ ରହିଛି। ସେହିଭଳି ଗତ ୨୦୧୬-୨୦୧୭ ବର୍ଷର ଆଦାୟ ହୋଇଥିବା ରାଜସ୍ୱ ୯,୬୯,୫୩,୨୫୧ ଟଙ୍କା ଥିବା ବେଳେ ଏହା ଠାରୁ ୨୦୧୭-୨୦୧୮ ବର୍ଷରେ ଆଦାୟ ହୋଇଥିବା ରାଜସ୍ୱ ୪,୫୮,୮୧,୦୧୧ ଟଙ୍କା ଅଧିକ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର