ଶ୍ରୀଲିଙ୍ଗରାଜଙ୍କ ଜମିର ହେବ ପୁନରୁଦ୍ଧାର

ପୁରୁଣା ଭୁବନେଶ୍ୱର: ରାଜଧାନୀରେ ଜବରଦଖଲରେ ଥିବା ଶ୍ରୀଲିଙ୍ଗରାଜଙ୍କ ଏକର ଏକର ଜମିର ପୁନରୁଦ୍ଧାର ହେବ। ମନ୍ଦିର ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ଅନୁଯାୟୀ ଏନେଇ ଏକ ଲ୍ୟାଣ୍ଡ୍ କମିଟି ଗଠନ କରାଯିବ। ଜବରଦଖଲ ଉଚ୍ଛେଦ ପରେ ଜମିରେ ପାଚେରି ବୁଲାଯିବ। ଏଥିପାଇଁ ପ୍ରଥମ କିସ୍ତିରେ ୧୦ଲକ୍ଷ ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ତିନି ନିଯୋଗର ସମ୍ପାଦକ ଓ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଦୁଇ ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ପ୍ରଥମେ ଜବରଦଖଲ ଜମିକୁ ଚିହ୍ନଟ କରାଯିବ। ୭ଦିନ ମଧ୍ୟରେ ଜବରଦଖଲ ହୋଇଥିବା ଜମି ଚିହ୍ନଟ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ। ଏହାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ‌ସେଠାରେ ପାଚେରି କରାଯିବ ବୋଲି ଟ୍ରଷ୍ଟ ବୋର୍ଡର ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟ ବୋର୍ଡର ସଭ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର