ବିଜେବି କଲେଜରେ ନିଯୁକ୍ତି ମେଳା

ଭୁବନେଶ୍ବର: ବିଜେବି କଲେଜର ଟୁରିଜିମ୍ ଓ ହସ୍ପିଟାଲିଟି ମ୍ୟାନେଜମେଣ୍ଟ ବିଭାଗରେ ଏକ ଛାତ୍ର ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ କମ୍ପାନି ‘ପ୍ଲାନ୍ ୟ‌ୋର ହଲିଡେଜ୍’ ଏହି ନିଯୁକ୍ତି ମେଳାରେ ଭାଗ ନେଇ ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ୬ ଜଣ ଜଣଙ୍କୁ ଚୟନ କରାଯାଇଛି।

କମ୍ପାନିର ଉପରିସ୍ଥ କର୍ମଚାରୀ ବିଷ୍ଣୁ ସୁବା ଓ ସୁଶାନ୍ତ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଏହି ଚୟନ ପ୍ରକ୍ରିୟା କରାଯାଇଥିଲା। ଏହି ଅବସରରେ ଟୁରିଜିମ୍ ଓ ହସ୍ପିଟାଲିଟି ବିଭାଗ ମୁଖ୍ୟ ତନ୍ମୟ ସେନାପତି କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଆହୁରି ଅନେକ କମ୍ପାନି ଦ୍ବାରା ନିଯୁକ୍ତି ମେଳା ଆୟୋଜନ କରାଯିବ। ଏହି ଅବସରରେ ବିଭାଗୀୟ ମୁଖ୍ୟଙ୍କ ସହ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଚୟନ ହୋଇଥିବ‌‌ା ଛାତ୍ରଛ‌ାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କମନା କରିଛନ୍ତି।

ସମ୍ବନ୍ଧିତ ଖବର