ରେଡକ୍ରସ୍ ଓ ଓସାକ୍ସ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ

ଭୁବନେଶ୍ବର: ଭାରତୀୟ ରେଡକ୍ରସ ଓଡ଼ିଶା ଶାଖାର ଯୁବ ରେଡକ୍ରସ୍ ବିଭାଗ ଓ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସର ମିଳିତ ସହଯୋଗରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଯୁବଗୋଷ୍ଠୀଙ୍କୁ ଏଚ୍‌ଆଇଭି/ଏଡ୍‌ସ ସଂପର୍କରେ ସଚେତନ କରାଇବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୀଳାଚଳ ପଲିଟେକନିକ୍‌ଠାରେ ଅନୁଷ୍ଠିତ ସମାବେଶରେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଡା. ବି.କେ ବ୍ରହ୍ମା ମୁଖ୍ୟ ଅତିଥି, ରାଜ୍ୟ ରକ୍ତ ସୁରକ୍ଷାର ନ‌ିର୍ଦେଶକ ଡା. ମାନସ ସାମନ୍ତରାୟ, ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଡା. ରାମଚନ୍ଦ୍ର ରାଉତ, ଓଡ଼ିଶା ରେଡକ୍ରସ୍ ଶାଖାର ସଚିବ ମେଜର କଳ୍ପନା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏଚ୍‌ଆଇଭି/ଏଡ୍‌ସ ସଂପର୍କିତ ତର୍କ, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଯୁବ ରେଡକ୍ରସ୍‌ ପରାମର୍ଶଦାତା ଗୋବିନ୍ଦ ରାଓ ଧନ୍ୟବାଦ ଦେଇଥିଲେ। ସୁଶୀଲ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲିଙ୍ଗରାଜ ପଣ୍ଡା ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର