ଭୁବନେଶ୍ୱର: ‘ବିଶ୍ୱ ଏଡ୍‌ସ୍‌ ଦିବସ’ ଉପଲକ୍ଷେ ଭାରତୀୟ ରେଡକ୍ରସ୍‌ ସୋସାଇଟି, ରାଜ୍ୟ ଶାଖା ପକ୍ଷରୁ ସ୍ଥାନୀୟ ରେଡ୍‌କ୍ରସ୍‌ ଭବନ ସମ୍ମୁଖରେ ଏକ ବିଶାଳ ମାନବ ଶୃଙ୍ଖଳ ଆୟୋଜିତ ହୋଇଥିଲା। ଜନସାଧାରଣଙ୍କ ମଧ୍ୟରେ ଏଡ୍‌ସ୍‌ ନିରାକରଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି ପାଇଁ ଏକ ମଶାଲ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ରେଡ୍‌କ୍ରସ୍‌ ଶାଖାର ପ୍ରାୟ ୧୦୦ରୁ ଊର୍ଧ୍ୱ ସଦସ୍ୟ/ସଦସ୍ୟା, ସ୍ୱେଚ୍ଛାସେବୀ, କାଉନ୍‌ସେଲର୍‌ ଓ କର୍ମଚାରୀ ଏଥିରେ ଯୋଗ ଦେଇଥିଲେ। ମଶାଲ ଶୋଭାଯାତ୍ରା ରେଡ୍‌କ୍ରସ୍‌ କାର୍ଯ୍ୟାଳୟରୁ ବାହାରି ମାଷ୍ଟର୍‌ କ୍ୟାଣ୍ଟିନ୍‌, ରାମ ମନ୍ଦିର ହୋଇ ପୁଣି କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଅଜିତ୍‌ ମିଶ୍ର, ରେଡ୍‌କ୍ରସ୍‌ ଓଡ଼ିଶା ଶାଖାର ଅବୈତନିକ ସଚିବ ଜ୍ଞାନବ୍ରତ ମହାନ୍ତି ଓ ଯୁଗ୍ମ ସଚିବ ମେଜର୍‌ କଳ୍ପନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଭାଗ୍ୟଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।