‘କୌଣସି ଧର୍ମରେ ବନ୍ଧା ନୁହେଁ ରେଡକ୍ରସ’

ଚନ୍ଦ୍ରଶେଖରପୁର: ଭାରତୀୟ ରେଡକ୍ରସ୍‌ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଯୁବ ରେଡକ୍ରସ୍‌ ପକ୍ଷରୁ ୫ ଦିନିଆ ଆନ୍ତଃ ରାଜ୍ୟ ଯୁବ ରେଡକ୍ରସ୍‌ ସ୍ବେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍‌ ସୋସାଇଟିର ସଭାପତି ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ରେଡକ୍ରସ ବିଶ୍ବ ମାନବିକତାର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରେ। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଓ ଶିଖ୍‌ ପରି ଧର୍ମରେ ବନ୍ଧା ନୁହେଁ ରେଡକ୍ରସ୍‌। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଯୁବପିଢି ରକ୍ଷଣାଶୀଳତା ଓ ସ˚ଯମତା ରକ୍ଷା କରି ସମାଜକୁ ରୁଦ୍ଧିମନ୍ତ କରିବା ପାଇଁ ସ˚କଳ୍ପ ନେବା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ରେଡକ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡ. କଳ୍ପନା ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ଜୟନ୍ତ କୁମାର ପରିଡ଼ା, ଓଡ଼ିଶା ରେଡକ୍ରସ୍‌ର ବିପର୍ଯ୍ୟୟ ପରିଚାଳନା ସ˚ଯୋଜିକା ସୁମିତ୍ରା ତ୍ରିପାଠୀ, ଗୋପାଳ କୃଷ୍ଣ ମିଶ୍ର, କିଟ୍‌ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବ ରେଡକ୍ରସ ବିଭାଗ ପକ୍ଷରୁ ମୁଖ୍ୟଅତିଥିଙ୍କ ଦ୍ବାରା ନିଉଜ୍‌ ଲେଟର ଉନ୍ମୋଚିତ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ କେରଳ, ବିହାର, ଛତିଶଗଡ଼, ହିମାଚଳ ପ୍ରଦେଶ, ତାମିଲନାଡୁ, ମଧୢ ପ୍ରଦେଶ ସମେତ ଓଡ଼ିଶାର ୩୦ଟି ଜିଲ୍ଲାରୁ ୫୦୦ରୁ ଅଧିକ ସ୍ବେଚ୍ଛାସେବୀ ଓ ପରାମର୍ଶଦାତାମାନେ ଅ˚ଶଗ୍ରହଣ କରିଛନ୍ତି। ୫ ଦିନ ବ୍ୟାପୀ ଆୟୋଜିତ ତାଲିମ ଶିବିରରେ ରେଡକ୍ରସର ଇତିହାସ, ହେନେରୀ ଡୁନାଂଣଙ୍କ ଆମୃତଜୀବନୀ, ରେଡକ୍ରସ୍‌ର ମୌଳିକ ନୀତି, ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଓ ଏହାର ଉପଯୋଗୀତା, ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ, ପ୍ରାଥମିକ ଚିକିତ୍ସା ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର