ରେଡ୍ ସ୍ୱସ୍ତିକ ସୋସାଇଟି ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ

ଭୁବନେଶ୍ୱର: ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ସହଯୋଗର ହାତ ବଢ଼ାଇବା ଉଦ୍ଦେଶ୍ୟରେ ‘ରେଡ୍ ସ୍ୱସ୍ତିକ ସୋସାଇଟି’ ପକ୍ଷରୁ ଆଜି ଜୟଦେବ ଭବନଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ଅର୍ଥ ବିଭାଗ ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ଚାଟାର୍ଡ ଆକାଉଣ୍ଟାଟ୍‌ ରାଜୀବ ସାହୁ, ଲଳିତ ଦାସ, ଲାୟନ୍ସ କ୍ଲବ୍‌ ଭୁବନେଶ୍ବରର ସଭାପତି ରାମ ପ୍ରସାଦ ପାତ୍ର, ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାରର ଉପନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ମିଶ୍ର, ସିମ୍ପ୍ଲି କେୟାର ହସ୍ପିଟାଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିମାଇଁ ଚରଣ ପରିଜା, ହସ୍ପିଟାଲ୍‌ସ୍‌ର ଚିକିତ୍ସାଳୟ ଉପଦେଷ୍ଟା ସ୍ମରଜିତ୍ ପଟ୍ଟନାୟକ ଓ ମୀନତି ବେହେରା କର୍କଟ ଅନୁଷ୍ଠାନର ନିର୍ଦ୍ଦେଶିକା ସୂଚିସ୍ମିତା ପୃଷ୍ଟି ପ୍ରମୁଖ ଅତିଥି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସିଲ୍‌ଭର୍‌ ଏଜ୍ ଫାଉଣ୍ଡେସନ୍‌ସ୍‌ର ବୟୋଜ୍ୟେଷ୍ଠ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କଣ୍ଠଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର