ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ସାଧାରଣ ଯାତ୍ରୀଙ୍କ ଲାଗି ନିୟମିତ ‘ମୋ ବସ୍‌’ ସେବା ବନ୍ଦ ରହିବ: କ୍ରୁଟ୍‌

ଭୁବନେଶ୍ବର: ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ସାଧାରଣ ଯାତ୍ରୀଙ୍କ ଲାଗି ‘ମୋ ବସ୍‌’ ଚଳାଚଳ ବନ୍ଦ ରହିବ। କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମାତ୍ର ‘ମୋ ବସ୍‌’ ସୁବିଧା ଭୁବନେଶ୍ବର ରେଳଷ୍ଟେସନଠାରୁ କଟକ ଓ ଖୋର୍ଦ୍ଧା ପାଇଁ ଜାରି ରହିବ।

 

ସେହିପରି ବିମାନ ବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ମୋ ବସ୍‌ ସେବା ଯାତ୍ରୀଙ୍କୁ ମିଳିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ମୋ ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରିପାରିବେନି। ଠିକ୍‌ ସେହିପରି ବିନା ମାସ୍କରେ ମୋ ବସ୍‌ରେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧିତ ଖବର