ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିଟାଲ୍ ପ୍ଲାଟ୍ଫର୍ମରେ ଆସୁଛି ଏକ ହରର୍ ସୋ’। ‘ପାନିକ୍ ସର୍ଟସ୍’ ନାମକ ଏହି େଓ୍ଵବ୍ ସିରିଜ୍ ଖୁବ୍ ଶୀଘ୍ର ୟୁଟୁବ୍ରେ ‘ଟେକ୍ନୋଆର୍ଟ ପ୍ରଡକ୍ସନ୍ସ୍’ର ଚ୍ୟାନେଲ୍ରେ ରିଲିଜ୍ ହେବାକୁ ଯାଉଛି। ଏହି େଓ୍ଵବ୍ ସିରିଜ୍ର ନିର୍ଦ୍ଦେଶନା ଦେଇଛନ୍ତି ଅନୁପମ ପଟ୍ଟନାୟକ। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ଅଭିନେତା ଚୌଧୁରୀ ବିକାଶ ଦାସ ଓ ବର୍ଷା ନାୟକ। ଅନ୍ୟ ଭୂମିକାରେ ହର ରଥ, ଭିକି, ପ୍ରଜ୍ଞା, ମଞ୍ଜୁ ପ୍ରଧାନ, ମନୀଷା ରଥ ଓ ରୋଷନ ବିଶୋୟୀ ଅଭିନୟ କରିଛନ୍ତି। ରୋଷନ ବିଶୋୟୀ, ଅଙ୍କିତ ରାୟ ଓ ବିଜୟ ରାଉଳ ଏହାର ସଂଳାପ ରଚନା କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ ଓ ଅଙ୍କେଶ ଆନନ୍ଦ। ଓଲିଉଡ୍ର ଜଣାଶୁଣା ପ୍ରଯୋଜନା ସଂସ୍ଥା ‘ଅମୀୟ ପଟ୍ଟନାୟକ ପ୍ରଡକ୍ସନ୍ସ’ ଅନେକ ଉଚ୍ଚକୋଟୀର ଓଡ଼ିଆ ସିନେମା ଦର୍ଶକଙ୍କୁ ଭେଟିଦେଇଛି। ଏହି ସଂସ୍ଥାର ନାମ ପରିବର୍ତ୍ତନ କରାଯାଇ ‘ଟେକ୍ନୋଆର୍ଟ ପ୍ରଡକ୍ସନ୍ସ୍’ ରଖାଯାଇଛି। ବିଶିଷ୍ଟ ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଏହି ପ୍ରଯୋଜନା ସଂସ୍ଥା ଓଡ଼ିଆ ମନୋରଞ୍ଜନ ଜଗତରେ ନୂଆ ନୂଆ ପରୀକ୍ଷା ନିରୀକ୍ଷା କରିବ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ସୂଚନା ଦେଇଛନ୍ତି। ‘ତୁଳସୀ ଅପା’ ଚଳଚ୍ଚିତ୍ରର ପ୍ରଯୋଜନା କରି ଅନୁପମ ପ୍ରଥମ ଥର ପାଇଁ ଓଲିଉଡ୍ରେ ପାଦ ଥାପିଥିଲେ।
ଡିଜିଟାଲ୍ ପ୍ଲାଟ୍ଫର୍ମରେ ଆସୁଛି ‘ପାନିକ୍ ସର୍ଟସ୍’
ୟୁଟୁବ୍ରେ ରିଲିଜ୍ ହେବ
/sambad/media/post_attachments/wp-content/uploads/2018/09/panic-short.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)