‘ନଦୀ ନୈବେଦ୍ୟ’ ଲୋକାର୍ପିତ

ଭୁବନେଶ୍ବର: କବିତା ଏକ ନିରବ ଉତ୍ସବ। ସଫଳ କବିତା ଅନୁଭୂତି ଓ ହୃଦୟର ଗଭୀରତାକୁ ପ୍ରକାଶ କରିଥାଏ। ଅଧ୍ୟାପକ ପ୍ରଦୀପ୍ତ ବାରିକଙ୍କ କବିତା ପୁସ୍ତକ ‘ନଦୀ ନୈବେଦ୍ୟ’ ଲୋକାର୍ପଣ କରି ବିଶିଷ୍ଟ ସାହିତ୍ୟିକ ଫନୀ ମହାନ୍ତି ଏହା କହିଛନ୍ତି। ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର୍‌ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ପୁସ୍ତକ ଉପରେ ସମୀକ୍ଷା କରିଥିବା ବେଳେ କବି ଶ୍ରୀ ବାରିକ ଲେଖକୀୟ ଅଭିବ୍ୟକ୍ତି ରଖିଥି‌ଲେ। ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏ ମାସର କବି ଭାବେ ଯୋଗ ଦେଇଥିଲେ।

ପରେ ନୃସିଂହ ତରାଇଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିନ୍ମୟ ଆଚାର୍ଯ୍ୟ, ପ୍ରସନ୍ନ ମହାନ୍ତି, ମିନତି ମିଶ୍ର, ବିପିନ୍‌ ବେହେରା, ବିରଞ୍ଚି ଶତପଥୀ, ରମେଶ ମହାନ୍ତି, ବିଧୁଭୂଷଣ ତ୍ରିପାଠୀ, ଭିକାରୀ ଧଳ, ଅକ୍ଷୟ ବେହେରା, ଶତ୍ରୁଜିତ, ମନମୋହନ ମିଶ୍ର, ବିଭୂତି ପାଣିଗ୍ରାହୀ, ରଶ୍ମି ଦାସ, ଅଭୟ ନାରାୟଣ ନାୟକ, ସୁକୁମାର ବିଶ୍ବାଳ, ଅଲେଖ ନନ୍ଦୀ, ପ୍ରମୋଦ ପଣ୍ଡା, ସୁଷମା ଲେଙ୍କା, ଅମିୟ ସାହୁ, ସବିତା ଶତପଥୀ ଓ ଶାକ୍ୟସିଂହ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର