ଭୁବନେଶ୍ୱର: ଓଡ଼ିଶାର ଶିଶୁମାନଙ୍କ ଉପରେ ନିର୍ମିତ ଶିଶୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅମିତାଭ ସିଂହଙ୍କ ଚଳଚ୍ଚିତ୍ର ଅକ୍ଟୋବର ଶେଷ ସପ୍ତାହରେ ମୁକ୍ତିଲାଭ କରିବାକୁ ଯାଉଛି। ଓଡ଼ିଶାର ଅନାଥ ଓ ଅସହାୟ ଶିଶୁମାନଙ୍କୁ ଆଶ୍ରୟ ଦେଇଥିବା ‘ଆଦୃତା’ ଅନୁଷ୍ଠାନର ପିଲାମାନଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଓଡ଼ିଶାରେ ‘ଆଦୃତା’ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରି ଆସୁଛି ଏବଂ ଏହାର ମୋଟ ୧୦ଟି ଶିଶୁ ଆଶ୍ରୟ କେନ୍ଦ୍ର ରହିଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ସିଂହ ଏ ସମସ୍ତ ଶିଶୁ ଆଶ୍ରୟ କେନ୍ଦ୍ରମାନଙ୍କୁ ଭ୍ରମଣ କରି ସେମାନଙ୍କ ମନସ୍ତତ୍ତ୍ବ ଓ ସଫଳ କାହାଣୀକୁ ନେଇ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଶ୍ରୀ ସିଂହ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଗଣିତରେ ସ୍ନାତକକୋତ୍ତର ଡିଗ୍ରି ଶେଷ କରିବା ପରେ ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରୁ ଜାପାନୀ ଡିଗ୍ରି କୋର୍ସ ସଂପୂର୍ଣ୍ଣ କରିଛନ୍ତି। ପୁନେସ୍ଥିତ ସିନେମା ଓ ଦୂରଦର୍ଶନ ସଂସ୍ଥାନରୁ ସିନେମାଟୋଗ୍ରାଫର କୋର୍ସ ସାରିବା ପରେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଜଗତକୁ ପ୍ରବେଶ କରିଥିଲେ। ତାଙ୍କ ନିର୍ମିତ ଗୁଜୁରାଟୀ ଚଳଚ୍ଚିତ୍ର ‘ଦି ଗୁଡ୍ ରୋଡ୍’ ଜାତୀୟ ପୁରସ୍କାର ଲାଭ କରିଛି ଏବଂ ଏହା ଓସ୍କାର ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଏହା ବ୍ୟତୀତ ତାଙ୍କର ଚଳଚ୍ଚିତ୍ର ‘ଖୋସଲାକା ଘୋଷଲା’ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି।
ଅକ୍ଟୋବରରେ ମୁକ୍ତିଲାଭ କରିବ ଅମିତାଭ ସିଂହଙ୍କ ଓଡ଼ିଆ କ୍ଷୁଦ୍ର ଶିଶୁ ଚଳଚ୍ଚିତ୍ର
/sambad/media/post_attachments/wp-content/uploads/2018/09/Amitabha-Singh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)