ଭୁବନେଶ୍ବର: ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ‘ଓଡ଼ିଶା ଆର୍ଥାଇଟିସ ରୁମାଟୋଲୋଜି ଫାଉଣ୍ଡେସନ ଟ୍ରଷ୍ଟ’ ଓ ‘ଜୀବନସେବା ଫାଉଣ୍ଡେସନ’। ଉଭୟ ସଂସ୍ଥାର କର୍ମକର୍ତ୍ତା ପୁରୀ ଜିଲ୍ଲା କଣାସ ବ୍ଲକର ଲୋକାପାଲ ଗ୍ରାମରେ ୧୫୦ରୁ ଅଧିକ ଗ୍ରାମବାସୀଙ୍କୁ ଚୁଡ଼ା, ଚିନି, ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରିଛନ୍ତି।
ଘର ଘର ବୁଲି କର୍ମକର୍ତ୍ତାମାନେ ଏହି ସବୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଓଡ଼ିଶା ଆର୍ଥାଇଟିସ୍ ରୁମାଟୋଲୋଜି ଫାଉଣ୍ଡେସନ ଟ୍ରଷ୍ଟର ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା, ସ୍ମୃତିରଞ୍ଜନ ପରିଡ଼ା, କ୍ଷେତ୍ରବାସୀ ପରିଡ଼ା, ବିଶ୍ୱରଞ୍ଜନ ଦେ ଓ ଜୀବନ ସେବା ଫାଉଣ୍ଡେସନର ତାରା ପ୍ରସାଦ ପାତ୍ର ଯୋଗ ଦେଇ ବନ୍ୟା ବିପନ୍ନଙ୍କ ଅସୁବିଧା ବୁଝିବା ସହ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।