କମିସନରେଟ୍‌ ପୁଲିସ ତରଫରୁ ରିଲିଫ୍‌ ବଣ୍ଟନ

ବାଲିପାଟଣା: ଭୁବନେଶ୍ବର କମିସନରେଟ୍‌ ପୁଲିସ୍‌ ତରଫରୁ ଆଜି ଅପରାହ୍‌ଣରେ ବାଲିପାଟଣା ଥାନା ଦରଡ଼ା ଗ୍ରାମର ବନ୍ୟାବିପନ୍ନଙ୍କୁ ରିଲିଫ୍‌ ବଣ୍ଟନ କରାଯାଇଛି। ପୁଲିସ୍‌ ପକ୍ଷରୁ ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ, ଶାଢ଼ି, ଲୁଙ୍ଗି, ବାଲତି, ମଗ ଓ ସାବୁନ୍‌ ଆଦି ସାମଗ୍ରୀ ବଣ୍ଟନ କରାଯାଇଥିଲା।

ରେଡକ୍ରସ୍ ସହଯୋଗରେ ସଭ୍ୟ ଦିଲ୍ଲୀପ ନାଥଶର୍ମା ଓ ଏସିପି ଲଲାଟେନ୍ଦୁ ମହାନ୍ତି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ବାଲିପାଟଣା ସତ୍ୟସାଇ ସେବା ସଂଗଠନ ସଭ୍ୟ ଓ ଶିଶୁ ଅନନ୍ତ ମହାବିଦ୍ୟାଳୟ ରେଡକ୍ରସ୍‌ କର୍ମୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବାଲିପାଟଣା ବିଡିଓ ଆଦିକନ୍ଦ ବେହେରା, ଆଇଆଇସି କୃପାସିନ୍ଧୁ ବରାଡ଼, ଶିଶୁ ଅନନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିମାଇଁ ଚରଣ ଜେନା, ପୂର୍ବତନ ଅଧ୍ୟକ୍ଷ ବୈକୁଣ୍ଠ ନାରାୟଣ ଦାଶ, ପମ୍ପାଲୋ ସରପଞ୍ଚ ବାହାନ ଭୋଇ, ରଞ୍ଜନ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର