ସାଇ ଇଣ୍ଟରନ୍ୟାସନାଲ୍ ତରଫରୁ ରିଲିଫ୍ ବଣ୍ଟନ

ଭୁବନେଶ୍ବର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ତରଫରୁ ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୋପ ବ୍ଳକ୍ କୁଆଁପଡ଼ା ପଞ୍ଚାୟତର ନୋଥପୁର, ମହନ୍ତସାହି, ଶଙ୍ଖିତ୍ରା ଏବଂ ଡଭାର ପଞ୍ଚାୟତର କେତେକ ଗ୍ରାମରେ ରିଲିଫ୍ ବଣ୍ଟନ କରାଯାଇଛି।

ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଛତୁଆ, ବିସ୍କୁଟ୍‌, ମୁଢ଼ି, ଚୁଡ଼ା ମିକ୍ସଚର୍‌, ଚିନି, ମହମବତି, ଦିଆସିଲି, ମଶାଧୂପ, ସାନିଟାରି ପ୍ୟାଡ୍‌ ଆଦି ସ୍କୁଲ କର୍ମଚାରୀଙ୍କ ଦ୍ୱାରା ବନ୍ୟା ପ୍ରଭାବିତଙ୍କୁ ବଣ୍ଟନ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ୍‌ ଶିଳ୍ପୀ ସାହୁ ବନ୍ୟା ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରିତ କରିଥିଲେ।

ସମ୍ବନ୍ଧିତ ଖବର