ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଆଜି ୬୬ଟି ୱାର୍ଡରେ ଲୋକଙ୍କୁ ବାତ୍ୟା ସହାୟତା ଦିଆଯାଇଛି। ଏଥିରେ ୨୩ହଜାର େଲାକଙ୍କୁ ବାତ୍ୟା ସହାୟତା ଦିଆଯାଇଛି। ପ୍ରତ୍ୟେକଙ୍କୁ ରିଲିଫ ବାବଦକୁ ୨ହଜାର ଟଙ୍କା, ପଲିଥିନ୍ କିଣିବାକୁ ୫୦୦ଟଙ୍କା ଦିଆଯାଇଛି। ୫୦କେଜି ଚାଉଳ ଦେବାକୁ ଘୋଷଣା ହୋଇଥିଲେ ହେଁ ଲୋକଙ୍କୁ ଚାଉଳ ମିଳିନି। ପରେ ଚାଉଳ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ଭୁବନେଶ୍ବରରେ ୧,୦୪,୮୧୪ ପରିବାରକୁ ଏହି ସହାୟତା ପ୍ରଦାନ କରାଯିବାକୁ ଥିବା େବଳେ ୩,୮୪,୪୭୨ଜଣ ଉପକୃତ ହେବେ। ଏଥିପାଇଁ ଭୁବନେଶ୍ବରରେ ୨୫.୫କୋଟି ଟଙ୍କା ବଣ୍ଟା ହେବ ବୋଲି କୁହାଯାଇଛି। ସହାୟତା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହେଉଥିବାରୁ ରିଲିଫ ଆବଣ୍ଟନ କେନ୍ଦ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ସମସ୍ତ କେନ୍ଦ୍ରରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରତ୍ୟେକ ଥାନାର ଥାନାଧିକାରୀ ନିଜ ଅଞ୍ଚଳର ଦାୟିତ୍ବରେ ଅଛନ୍ତି। ଏହାବାଦ୍ ୬ଜଣ ଜୋନାଲ ଏସିପି, ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କୁ ମୁତୟନ କରାଯାଇଛି। ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଏମ୍ସି ପକ୍ଷରୁ ୧୩ଜଣ ସେକ୍ଟର ଅଧିକାରୀ, ୫୨ଜଣ ଇଞ୍ଜିନିୟର, ୧୩ଟି ଏନ୍ଡିଆରଏଫ୍ ଟିମ୍ ସମେତ ୨୬୬ଜଣ ସହାୟକ ନିଯୁକ୍ତ ହୋଇଛନ୍ତି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ ଡିଜି ସେଟ୍ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ରାସ୍ତାଘାଟ ପରିଷ୍କାର କରିବା ପାଇଁ ଅଗ୍ନିଶମ ବିଭାଗ ଏବଂ ଏନ୍ଡିଆରଏଫ୍ ଟିମ୍ କାର୍ଯ୍ୟ କରୁଛନ୍ତି।
୨୩ ହଜାର ଲୋକଙ୍କୁ ମିଳିଲା ବାତ୍ୟା ସହାୟତା: ୬୬ଟି ୱାର୍ଡରେ ଆଜି ବଣ୍ଟା ହେଲା
ଟଙ୍କା ମିଳିଲା, ଚାଉଳ ମିଳିଲାନି
/sambad/media/post_attachments/wp-content/uploads/2019/05/Untitled-12-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)