ବୁଲା କୁକୁରଙ୍କୁ ରିଲିଫ ବାଣ୍ଟିଲେ ଯୁବତୀ

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ଫନି ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଜନସାଧାରଣଙ୍କୁ ରିଲିଫ ବଣ୍ଟନ କରାଯାଉଥିବା ବେଳେ ବୁଲା କୁକୁରଙ୍କୁ ରିଲିଫ ବଣ୍ଟା ଯିବା ଘଟଣା ଏବେ ଚର୍ଚ୍ଚାରେ। କୋଲକାତାର ସୁକନ୍ୟା‌ ଦେ’ ନାମକ ଜଣେ ଯୁବତୀ ଓ ଭୁବନେଶ୍ବରର ପିପୁଲ୍ସ ଫର ଆନିମଲର କେତେକ ସଦସ୍ୟ କିଛି ଦିନ ଏଭଳି କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପୁରୀ ଓ ଭୁବନେଶ୍ବରରେ ସେମାନେ ଏଭଳି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି ଛୋଟଛୋଟ କୁକରଙ୍କୁ ବିଭିନ୍ନ ଗାଁ ଓ ବସ୍ତିରୁ ଉଦ୍ଧାର କରି ସେମାନଙ୍କୁ ପ୍ରତିଷେଧକ ଇଂଜେକସନ୍‌, ଭିଟାମିନ୍‌ ଦେବା ସହ ଖାଦ୍ୟପେୟ ମଧ୍ୟ ପ୍ରଦାନ କରୁଛନ୍ତି। ସୁକନ୍ୟା ଓ ପିପୁଲ୍ସ ଫର ଆନିମଲ ସଦସ୍ୟଙ୍କ ଏଭଳି କାର୍ଯ୍ୟ ପଶୁ‌ପ୍ରେମୀମାନଙ୍କୁ ଉତ୍ସାହିତ କରିବ।

ସମ୍ବନ୍ଧିତ ଖବର