ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ସହାୟତା, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ପ୍ରୋତ୍ସାହନ ପ୍ରମାଣପତ୍ର

ଭୁବନେଶ୍ବର: ରେଳ ଦୁର୍ଘଟଣାରେ ଆହତ ହୋଇଥିବା ପୀଡିତଙ୍କୁ ସହାୟତା କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ପ୍ରୋତ୍ସାହନ ପ୍ରମାଣପତ୍ର ପ୍ରଦାନ କରାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ବହୁ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ ଓ ଛାତ୍ରଛାତ୍ରୀ ରେଳ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସେମାନେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଖାଦ୍ୟ, ପାଣି ବିତରଣ, ସୁରକ୍ଷା ଭଳି ବିଭିନ୍ନ ସହାୟତା କରିଛନ୍ତି। ବାହାନଗା, ସୋର, ଭଦ୍ରକ, କଟକ ଓ ଭୁବନେଶ୍ବରର ବହୁ ଛାତ୍ରଛାତ୍ରୀ ସହାୟତା କରିବା ସହ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।

ଜୁନ୍‌ ୨ରୁ ୫ ମଧ୍ୟରେ ସହାୟତା ପ୍ରଦାନ କରିଥିବା ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ଓ ଶିକ୍ଷକଙ୍କୁ ପ୍ରୋତ୍ସାହନ ପ୍ରମାଣପତ୍ର(ଆପ୍ରିସେସନ୍‌) ସାର୍ଟିଫିକେଟ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ୯ ତାରିଖ ସୁଦ୍ଧା ଧାର୍ଯ୍ୟ ଫର୍ମାଟରେ ତଥ୍ୟ ଦେବାକୁ କଟକ, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଜିଲ୍ଲା ଏନ୍‌ଏସ୍‌ଏସ୍‌ ଅଧିକାରୀ , ରେଭେନ୍ସା ଏବଂ କିଟ୍‌ ବିଶ୍ବବିଦ୍ୟାଳୟ ସଂଯୋଜକଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର