ଭୁବନେଶ୍ୱର: ବିଡିଏ ପକ୍ଷରୁ ଖଣ୍ଡଗିରି ଥାନା ୬୨ ନମ୍ବର ୱାର୍ଡ ଅନ୍ତର୍ଗତ ବନମୁଣ୍ଡାସ୍ଥିତ ତାରିଣୀ ବସ୍ତି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବହୁ କଂକ୍ରିଟ୍, ଆଜବେଷ୍ଟସ୍ ଘର ଭଙ୍ଗାଯାଇଛି। ବିଡିଏର ଯୁଗ୍ମ କମିସନର୍ଙ୍କ ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ କରାଯାଇଛି ଓ ପ୍ରାୟ ୪୦୦ ଡିସିମିଲ୍ ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଘର କରି ରହୁଥିବା କ୍ଷତିଗସ୍ତ ପରିବାରଙ୍କୁ ଶ୍ୟାମପୁରଠାରେ ଘର ଯୋଗାଇ ଦିଆଯାଇଛି। ବିଡିଏ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଏହି ଉଚ୍ଛେଦକ୍ରମରେ ୪୬ଟି ଆଜବେଷ୍ଟସ୍ ଘର, ୧୦ଟି ଆଜବେଷ୍ଟସ୍ ଓ ଟିଣ ନିର୍ମିତ ଦୋକାନ, ୧୧ଟି ଶୌଚାଳୟ ଭଙ୍ଗାଯାଇଛି। ଦୁଇଦିନ ଧରି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଆଜି ବର୍ଷା ଓ ସମୟ ଅଭାବରୁ ଉଚ୍ଛେଦକୁ ଅଧାରୁ ବନ୍ଦ ରହିଛି। ପୂଜା ଛୁଟି ପରେ ବାକି ଥିବା ଘରଗୁଡ଼ିକୁ ଉଚ୍ଛେଦ କରାଯିବ। ଏହି ଅବସରରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ ଓ ବିଡିଏ ଲିଆସନ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, କନିଷ୍ଠ ଏନ୍ଫୋର୍ସମେଣ୍ଟ ଅଧିକାରୀ ସିଦ୍ଧାନ୍ତ ସାହୁ, ଖଣ୍ଡିଗିରି ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଥାନା ପକ୍ଷରୁ ୨ ସେକ୍ସନ୍ ପୁଲିସ ଫୋର୍ସଙ୍କ ସହ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କାଡ୍ ନିୟୋଜିତ ଥିଲେ।
ତାରିଣୀ ବସ୍ତିରୁ ଜବରଦଖଲ ଉଚ୍ଛେଦ
ବିଡିଏ ପକ୍ଷରୁ ଖଣ୍ଡଗିରି ଥାନା ୬୨ ନମ୍ବର ୱାର୍ଡ ଅନ୍ତର୍ଗତ ବନମୁଣ୍ଡାସ୍ଥିତ ତାରିଣୀ ବସ୍ତି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବହୁ କଂକ୍ରିଟ୍, ଆଜବେଷ୍ଟସ୍ ଘର ଭଙ୍ଗାଯାଇଛି।
/sambad/media/media_files/2025/09/27/untitled-21-2025-09-27-07-45-28.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)