କୋଭିଡ୍‌-୧୯ ପାରାମେଡିକାଲ କର୍ମଚାରୀ ସଂଘର ଅଭିନବ ପ୍ରତିବାଦ, ଥାଳ ଧରି ଭିକ୍ଷା ମାଗିଲେ

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶା କୋଭିଡ୍‌-୧୯ ପାରାମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମଜିରେ ଧାରଣା ଜାରି ରହିଛି। ଦୀର୍ଘ ୪୫ ଦିନ ଧରି ଆନ୍ଦୋଳନ ଓ ଧାରଣା ଦେବା ପରେ ବି ସରକାର ସେମାନଙ୍କ ଦାବି ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏତେଦିନ ଧରି ବିନା କାମରେ ଧାରଣାରେ ବସି ରହିବା ଫଳରେ ଆନ୍ଦୋଳନକାରୀଙ୍କ ପାଖରୁ ଟଙ୍କା ସରିଗଲାଣି। ଏଭଳି ପରିସ୍ଥିତିରେ ସେମାନେ ଆଜି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି। ଆଜି ଧାରଣାସ୍ଥଳରେ ପିପିଇ କିଟ୍‌ ପିନ୍ଧି ଭିକ୍ଷାବୃତ୍ତି କରିଛନ୍ତି। ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର