ଚନ୍ଦ୍ରଶେଖରପୁର: ନୂଆ ରୂପ ନେଉଛି ମଞ୍ଚେଶ୍ୱର ରେଳ ଷ୍ଟେସନ। ୨୬.୮୫ କୋଟି ଟଙ୍କା ବିନିଯୋଗରେ ଏହି ଷ୍ଟେସନର ବିକାଶ କରାଯାଉଛି। ଯାତ୍ରୀଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ସଂଖ୍ୟା ବୃଦ୍ଧି କରିବା ଦିଗରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ଏହି ଷ୍ଟେସନରେ ୨୨ଟି ଟ୍ରେନ୍ ରହଣି କରୁଛି। ଆଗାମୀ ଦିନରେ ଯେପରି ଅଧିକ ସଂଖ୍ୟକ ଟ୍ରେନ୍ ଏଠାରେ ଅଟକିବ ସେଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ୭୬୦ ବର୍ଗ ମିଟରର ଜି+୧ ବିଶିଷ୍ଟ ଏକ ନୂତନ ଷ୍ଟେସନ୍ ବିଲ୍ଡିଂ ନିର୍ମାଣ ହେଉଛି। ଏଥିସହ ୪ହଜାର ବର୍ଗ ମିଟରର ଏକ ସୁନ୍ଦର ଚଳପ୍ରଚଳ କ୍ଷେତ୍ର ସହିତ ଟ୍ରାଫିକ୍ ପରିଚାଳନାରେ ଉନ୍ନତି, ଏକପାଖିଆ ଟ୍ରାଫିକ୍ ଓ ପୃଥକ ପ୍ରବେଶ/ପ୍ରସ୍ଥାନ ପଥ ଅନ୍ତର୍ଭୁକ୍ତ ରହିଛି। ୨୪୩ ବର୍ଗମିଟର ବର୍ତ୍ତମାନର ଷ୍ଟେସନ ବିଲ୍ଡିଂର ସାମ୍ନା ପାର୍ଶ୍ୱର ଉନ୍ନତୀକରଣ ହେଉଛି। ୧୨ ମିଟର ଚଉଡ଼ା ଫୁଟ୍ ଓଭର ବ୍ରିଜ୍(ଏଫ୍ଓବି) ନିର୍ମାଣ ଚାଲିଛି। ଏଥିସହ ୧୦୫୬ ବର୍ଗମିଟରର ଦୁଇଚକିଆ, ଚାରିଚକିଆ ଯାନ ଓ ଅଟୋ ରିକ୍ସା
ଖର୍ଚ୍ଚ ହେବ ୨୬.୮୫ କୋଟି, ୩୫% କାମ ସରିଛି
୧୦୫୬ ବର୍ଗ ମିଟରର ପାର୍କିଂ ସ୍ଥଳ, ୪୫ଟି ବେ’
ରହିବାକୁ ପାର୍କିଂ ସ୍ଥଳ, ୪ଟି ଲିଫ୍ଟ ସ୍ଥାପନ, ୪୫ଟି ବେ’ ସହ ଏକାଧିକ ପ୍ଲାଟଫର୍ମରେ ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟ ସ୍ଥଳ କରାଯାଉଛି। ୧୮୦ ବର୍ଗ ମିଟରର ଏକ ପ୍ରଶସ୍ତ ଅପେକ୍ଷା ହଲ୍, ୮୦ ବର୍ଗ ମିଟରର ପୁରୁଷ ଓ ମହିଳାଙ୍କ ପାଇଁ ପ୍ରିମିୟମ୍ ମଡ୍ୟୁଲାର୍ ଶୌଚାଳୟ, ନବୀକରଣ ହୋଇଥିବା ପ୍ଲାଟଫର୍ମଗୁଡ଼ିକ ଗ୍ରାନାଇଟ୍ ଓ ଭାରୀ-ମୋଜାଇକ୍ ଟାଇଲ୍ ଦ୍ୱାରା ନିର୍ମାଣ ହେଉଛି। ବର୍ଦ୍ଧିତ ନାଭିଗେସନ୍ ପାଇଁ ବିସ୍ତୃତ ସାଇନେଜ୍ ସ୍ଥାପନ କରାଯାଇଛି। ଏବେ ସୁଦ୍ଧା ପ୍ରକଳ୍ପର ୩୫% କାମ ଶେଷ ହୋଇଛି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ଯାତ୍ରୀଙ୍କ ଚାହିଦାକୁ ପ୍ରତିଫଳିତ କରି ଦେଶର ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ଅଭିଜ୍ଞତା ଓ ଭିତ୍ତିଭୂମି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥ ଅଧୀନରେ ବିକାଶ ହେଉଥିବା ୫୭ଟି ଅମୃତ ଷ୍ଟେସନ ମଧ୍ୟରୁ ମଞ୍ଚେଶ୍ୱର ଷ୍ଟେସନ ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜନସାଧାରଣ କେନ୍ଦ୍ରରେ ପରିଣତ କରାଯାଉଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନିକଟରେ ଅବସ୍ଥିତ ଥିବାବେଳେ ଶିଳ୍ପକେନ୍ଦ୍ର, କାର୍ଯ୍ୟାଳୟ ଓ ଜନବସତି ଅଞ୍ଚଳକୁ ସେବା ପ୍ରଦାନ କରିବା ଦିଗରେ ଏହି ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବେ କାର୍ଯ୍ୟ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/24/LOy61RVqscPRgyiUnVQI.jpg)