ଭୁବନେଶ୍ୱର: ସଂଳାପରେ ଥରୁଛି ଖଣ୍ଡଗିରି। ନୃତ୍ୟଗୀତରେ ଦୁଲୁକୁଛି ଯାତ୍ରା ପଡ଼ିଆ। ଲହରିଆ ସଂଳାପରେ ମନ ମୋହୁଛନ୍ତି କଳାକାର। ୨୬ରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଆଜି ସାମିଲ୍ ହୋଇଛି ଯାତ୍ରା ଗାଁ। କେସିଏ ପଡ଼ିଆର ଦ୍ୱିତୀୟ ଦଳ ଭାବେ ଯାତ୍ରା ମଇଦାନକୁ ଓହ୍ଲାଇଛି ଯାତ୍ରା ଗାଁ। ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆରେ ଇଷ୍ଟର୍ଣ୍ଣ ରେଡ୍ ଆଜି ଦ୍ୱିତୀୟ ରାତିରେ ପୁଣି ମଞ୍ଚସ୍ଥ କରିଛି ନାଟକ ‘ପାଞ୍ଚ ପଇସାର ସ୍ୱାମୀ’। ବିନୋଦ, ବେବିନା, ବ୍ରଜ ପାଣି, ବୀରେନ ମିଶ୍ର ଏବଂ ହୃଷିକେଶଙ୍କ ଭଳି ଅଗଧାଡ଼ିର କଳାକାରଙ୍କ ମନ ମତାଣିଆ ଅଭିନୟ ମନ ଜିଣୁଥିବା ବେଳେ ମେଲୋଡ଼ିରେ ହୃଦୟଗ୍ରାହୀ ନୃତ୍ୟଗୀତ ଦର୍ଶକଙ୍କୁ ଖୁବ୍ ମନୋରଂଜନ କରୁଛି। ଏଣେ ମହତାବ ପେଣ୍ଡାଲ୍ରେ ‘ଯାତ୍ରାଶ୍ରୀ ବିଶ୍ୱ ଦରବାର’ ‘ଗୁପ୍ତ ସମ୍ପର୍କ’ ନାଟକକୁ ରିପିଟ୍ କରିଥିବା ବେଳେ କୈଳାସ ବେହେରା, ଦୟା, ମୁନା, ନମିତା, ସଂଜୀବଙ୍କ ଅଭିନୟ ମନ ଜିଣିଛି। ବରମୁଣ୍ଡା ଦୁର୍ଗାମଣ୍ଡପ ପଡ଼ିଆରେ ‘କୋଣାର୍କ ଗଣନାଟ୍ୟ’ ତା’ର ଚର୍ଚିତ ନାଟକ ‘କାଇଁଚ ମାଳି’କୁ ରିପିଟ୍ କରିଛି। କେସିଏ ପଡ଼ିଆରେ ‘ଗ୍ରେଟ୍ ଇଷ୍ଟର୍ଣ୍ଣ’ ‘କଳାପାଣିର କଳାବତୀ’କୁ ପୁଣି ଦର୍ଶକଙ୍କୁ ଦେଖେଇଥିବା ବେଳେ ‘ବାଘାଯତୀନ’ ‘କାହାଣୀ କାନ୍ଦୁଚି ଆଖି ଲୁଚେଇ’କୁ ରିପିଟ୍ କରି ସଫଳତା ସାଉଁଟିଛି।
ଯାତ୍ରା ମଇଦାନରେ ୬ ଲଢ଼େଇ : ସବୁ ପେଣ୍ଡାଲ୍ରେ ରିପିଟ୍
/sambad/media/post_attachments/wp-content/uploads/2018/01/khandagiri-jatra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)