ଭୁବନେଶ୍ୱର: ଝାରପଡ଼ା ସ୍ୱତନ୍ତ୍ର ଜେଲ୍ରେ ବିଚାରଧୀନ କଏଦୀ ଜିତେନ୍ଦ୍ର ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିସନ୍ କ୍ଷୁବ୍ଧ ହୋଇଛନ୍ତି। ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଜେଲ୍ ଆଇଜିଙ୍କୁ ରିପୋର୍ଟ ତଲବ କରିଛନ୍ତି କମିସନ୍। କେଉଁ ପରିସ୍ଥିତିରେ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଲା ଓ କାହିଁକି ସେ ଆତ୍ମହତ୍ୟା ଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାଇବାକୁ କୁହାଯାଇଛି। ଏହା ଛଡ଼ା ମ୍ୟାଜିଷ୍ଟ୍ରେଟ୍ଙ୍କ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରକାଶଥାଉକି, ଗତ ମାସ ୧୨ ତାରିଖରେ ଝାରପଡ଼ା ଜେଲ୍ ପରିସରରୁ ଜିତେନ୍ଦ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଥିଲା। ଗତ କିଛି ଦିନ ଧରି ସେ ମାନସିକ ଅସ୍ଥିରତା ଦେଇ ଗତି କରୁଥିଲେ। ତାଙ୍କୁ ଚନ୍ଦକା ଥାନା ପୁଲିସ ଏକ ଦୁଷ୍କର୍ମ ମାମଲାରେ ଗିରଫ କରିଥିଲା। ଜାମିନ ପାଇବାକୁ ନେଇ କୋର୍ଟ ପରିସରରେ ଜଣେ ଆଇନଜୀବୀଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲେ। ଏହାର ଦୁଇ ଦିନ ପରେ ତାଙ୍କ ମୃତଦେହ ଜେଲ୍ ପରିରସରୁ ମିଳିଥିଲା। ଏ ନେଇ ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର ଦାସ ରାଜ୍ୟ ମାନବାଧିକାର କମିସନରେ ପିଟିସନ୍ ଦାଖଲ କରିଥିଲେ।
ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା: ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କର
/sambad/media/post_attachments/wp-content/uploads/2018/06/Jharpada-jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)