ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ

ବରମୁଣ୍ଡା ତ୍ରିଶକ୍ତି ମହିଳା ପରିଷଦ

ବରମୁଣ୍ଡା ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ‘ସମ୍ବାଦ’ର ଫିଚର ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ଏବଂ ପୂର୍ବତନ କର୍ପୋରେଟର ସୁଜିତ କୁମାର ସ୍ବାଇଁ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବରମୁଣ୍ଡା ଗ୍ରାମର ବୃଦ୍ଧା ମହିଳାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ପରିଷଦର ସଭାପତି ସଂଯୁକ୍ତା ଭୂତିଆ, ସମ୍ପାଦିକା ବନଜା ନାୟକ, ସହ ସମ୍ପାଦିକା ପୂର୍ଣ୍ଣିମା ବେହେରା ଏବଂ ଜ୍ୟୋତ୍ସ୍ନାରାଣୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଧାକୃଷ୍ଣ ଉନ୍ନୟନ ସଂଘ

ବିଜେବି ନଗର ଅରବିନ୍ଦ କଲୋନିସ୍ଥିତ ରାଧାକୃଷ୍ଣ ସମାଜ ଉନ୍ନୟନ ସଂଘ ପକ୍ଷରୁ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ପୂର୍ବତନ ଡେପୁଟି ମେୟର କେ ଶାନ୍ତି ପତାକା ଉତ୍ତୋଳନ କରିଥିଲେ। ସଭାପତି ଚନ୍ଦ୍ରଶେଖର ନାଥଶର୍ମା, ସମ୍ପାଦକ ରବୀନ୍ଦ୍ରନାଥ ସିହ୍ନା, ଜୟ ପଟ୍ଟନାୟକ, ଜନାର୍ଦନ ପ୍ରଧାନ, ଅଜୟ କୁମାର ସାହୁଙ୍କ ସମେତ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ।

 ବାଟ ମହାବୀର ବ୍ୟବସାୟୀ ସଂଘ

ଶ୍ରୀ ବାଟ ମହାବୀର ବ୍ୟବସାୟୀ ସଂଘ ପକ୍ଷରୁ ୟୁନିଟ୍‌ ୨ରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପତାକା ଉତ୍ତୋଳନ କରିଥିଲେ। ସଂଘର ସଭାପତି ଦୀପକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ଧଡ଼ା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ହିମାଂଶୁ ଭୂଷଣ କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବସର ମହତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ଚିନ୍ତାମଣୀ ମହାରଣା, ସାଗର ବେହେରା, ଦିଲ୍ଲୀପ କୁମାର ସିଂ, ଶେଖ୍‌ ଅନୁ, ବାଦଲ ଜୋତକୀ, ଶେଖ୍ ବୁଖାରୀ, ଅକ୍ଷୟ ବେହେରା, ଟୁଟୁ ଖାନ୍‌ ଓ ଅରୁ ସାହୁଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ଥିଲେ।

ନୂଆପଲ୍ଲୀ ଅଞ୍ଚଳ

ନୂଆପଲ୍ଲୀ ମମତାଜ ଅଲ୍ଲୀ ସ୍କୁଲ୍‌ରେ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି। ନବକିଶୋର ବେହେରା ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ, ପ୍ରାକ୍ତନ ଶିକ୍ଷକ ଭ୍ରମରବର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଶ୍ରୀକୃଷ୍ଣ କ୍ଲବ୍‌, ହନୁମାନ ମନ୍ଦିର କମିଟି, ନୂଆପଲ୍ଲୀ ମହିଳା ସମିତି ଏବଂ ଅନ୍ୟ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ନବକିଶୋର ବେହେରା ପତାକା ଉତ୍ତୋଳନ କରିଥିଲେ।

ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୨

ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ୨ରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ବିଦ୍ୟାଳୟର ଉପସଭାପତି ଡ.ଅଶ୍ବିନୀ କୁମାର ତିୱାରୀ ପତାକା ଉତ୍ତୋଳନ କରିଥିଲେ। ଏତଦ୍‌ବ୍ୟତୀତ ଭାରତର ଇତିହାସ, ଧର୍ମ ଓ ଦର୍ଶନ ବାବଦରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳକ ପ୍ରତାପ କୁମାର ଜେନା, ଅଧ୍ୟକ୍ଷା କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବେଶ୍ବର ସାମଲ ଏବଂ ବିଜେ ଶିକ୍ଷା ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ପରେଡ୍‌ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର