ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ

ମଦର୍ସ ପବ୍ଲିକ୍‌ ସ୍କୁଲ୍‌
ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ପରିସରରେ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ସିବିଏସ୍‌ଇ ଓଡ଼ିଶା (ଭୁବନେଶ୍ୱର) ମୁଖ୍ୟ ଆଞ୍ଚଳିକ ଅଧିକାରୀ ଟି. ମୋଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ଓ ପରିଚାଳନା କମିଟି ମୁଖ୍ୟ ବିଧାନ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ଥିଲେ। ସକାଳ ପ୍ରାୟ ୮ଟାରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍‌ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
ହାଇଟେକ୍‌ ଗ୍ରୁପ୍‌
ହାଇଟେକ୍‌ ଗ୍ରୁପ୍‌ ପକ୍ଷରୁ ସାଧାରଣତନ୍ତ୍ର ଦିବସ ହାଇଟେକ ମେଡିକାଲ କଲେଜ ପରିସରରେ ପାଳିତ ହୋଇଯାଇଛି। ଗ୍ରୁପ୍‌ର ପ୍ରତିଷ୍ଠାତା ତିରୁପତି ପାଣିଗ୍ରାହୀ, ଟ୍ରଷ୍ଟି ସୁରେନ୍ଦ୍ର ପାଣିଗ୍ରାହୀ, ସିଇଓ ଭୀଷ୍ମପ୍ରସାଦ ରଥ, ରମେଶ ପାଣିଗ୍ରାହୀ, ଡିନ୍‌ ଏସ.କେ ବସୁ ପ୍ରମୁଖ ଉପସ୍ଥିତ ଥିଲେ। ଗୋପେଶ୍ୱର ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ
ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପରିଷଦର ଉପସଭାପତି ଇଂ ଶିବପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଥିଲେ। ଦିଲ୍ଲୀପ ଦାଶଶର୍ମା, ତ୍ରିଲୋଚନ ରଥ, ରାମଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ତୃଣମୂଳ କଂଗ୍ରେସ
ରାଜ୍ୟ ତୃଣମୂଳ କଂଗ୍ରେସ ପକ୍ଷରୁ ଦଳର କାର୍ଯ୍ୟାଳୟ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ଇଂ ବିବେକାନନ୍ଦ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ କର୍ମକର୍ତା ଲେଲିନ୍‌ ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ।
ଧଉଳି କଲେଜ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ
ଧଉଳି କଲେଜ ଅଫ୍‌ ଆର୍ଟ ଆଣ୍ଡ୍‌ କ୍ରାଫ୍ଟସ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ମିହିରକାନ୍ତ ପ୍ରହରାଜ, ଅଧ୍ୟକ୍ଷ ପଞ୍ଚାନନ ସାମଲ, ଦୀପକ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପତାକା ଉତ୍ତୋଳନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶାନ୍ତିସ୍ତୂପ ପରିସରରେ ସଫେଇ କରାଯାଇଥିଲା।
ପିପୁଲ୍ସ ଫୋରମ
ପିପୁଲ୍ସ ଫୋରମ ଅନୁଷ୍ଠାନ ଦ୍ୱାରା ମିସନ ଆଶ୍ରା ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଗଠନର ପ୍ରତିଷ୍ଠାତା ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଶେଷରେ ଅନ୍ତେବାସୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ନୀଳାଚଳ ଇସ୍‌ପାତ ନିଗମ ଲିମିଟେଡ୍‌
ନୀଳାଚଳ ଇସ୍‌ପାତ ନିଗମ ଲିମିଟେଡ୍‌ ପକ୍ଷରୁ ଅନୁଷ୍ଠାନ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଏସଏସ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଶ୍ରୀ ମହାନ୍ତି ରାଷ୍ଟ୍ର ପାଇଁ ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ପରିଚାଳନା ନିର୍ଦେଶକ ଏସବି ଜଗଦଲେ, ନିର୍ଦେଶକ(ବିତ୍ତ) ଏସ୍‌ଭି ଶାହି ପ୍ରମୁଖ ଉପସ୍ଥିତ ଥିଲେ।
ଆଶ୍ରା
ଆସୋସିଏସନ୍‌ ଫର୍‌ ସୋସିଆଲ ସର୍ଭିସ ଆଣ୍ଡ୍‌ ରିହାବିଲଟେସନ୍‌ ଅଫ୍‌ ଦ ଏଜ୍‌ଡେ(ଆଶ୍ରା) ପକ୍ଷରୁ ଛତାବର ଗ୍ରାମ ପଞ୍ଚାୟତ କନ୍ଦଳେଇ ଆଦିବାସୀପଡ଼ାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅଞ୍ଚଳରେ ଆଶ୍ରା ପକ୍ଷରୁ ୨୦୧୬ ମସିହାରୁ ସାଧାରଣତନ୍ତ୍ର ଦିବସ ପାଳନ ଆରମ୍ଭ କରାଯାଇଛି। ଏକ ନିଆରା ଢଙ୍ଗରେ କନ୍ଦଳେଇ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆଶା ମୁଣ୍ଡା ପତାକା ଉତ୍ତୋଳନ କରିଥିଲେ। ସାମାଜିକକର୍ମୀ ସୁଶାନ୍ତ ସାହୁ,ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିିଲେ।
ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ପରେଡ୍‌
ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପରେଡ୍‌ କରିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଥିଲେ। ସମିତିର ସଭାପତି ପବିତ୍ର ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ନବକିଶୋର ବେହେରା, ସଂଗ୍ରାମ କେଶରୀ ନନ୍ଦ, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶତୃଘ୍ନ ବେହେରା, ରାମଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ପ୍ରକୃତି ବିହାର େଓ୍ଵଲ୍‌ଫେୟାର ଆସୋସିଏସନ୍‌
ପ୍ରକୃତି ବିହାର େଓ୍ଵଲ୍‌ଫେୟାର ଆସୋସିଏସନ୍‌ ପକ୍ଷରୁ ୬୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରହ୍ଲାଦ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ କ୍ଷୀତିଶ ଚନ୍ଦ୍ର ଦାସ, ରାଜକିଶୋର ନାୟକ, ସଂଜୀବ କୁମାର ମହାନ୍ତି, ଅତିଶ କୁମାର ମହାନ୍ତି, ଚିତ୍ତରଂଜନ ପଟ୍ଟନାୟକ, ବିଭୂତି ଭୂଷଣ ସାହାଣୀ, ଆଡ୍‌ଭୋକେଟ୍‌ ଶକ୍ତିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ
ଜନକଲ୍ୟାଣ କ୍ଲବ୍‌
ସେବା ଅନୁଷ୍ଠାନ ‘ଜନକଲ୍ୟାଣ କ୍ଲବ୍‌’ ପକ୍ଷରୁ ୬୯ତମ ଗଣତନ୍ତ୍ର ଦିବସ ୟୁନିଟ୍‌ ୯ସ୍ଥିତ କ୍ଲବ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ରାଉତରାୟ ପତାକା ଉତ୍ତୋଳନ କରିଥିଲେ। ସଭାପତି ନଟବର ସାମନ୍ତରାୟ, ଗୋଦାବରୀଶ ମହାପାତ୍ର, ସୁଧିର ମହାନ୍ତି, ଉମେଶ ଚନ୍ଦ୍ର ନାୟକ, ବାସନ୍ତୀ ତ୍ରିପାଠୀ, ସୁକାନ୍ତ ଦାସ, ମୃତ୍ୟୁଞ୍ଜୟ ଦାସ, ମନୋରଂଜନ ବିଶୋୟୀ, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ରଜକ ମହାସଂଘ
ଉତ୍କଳ ରଜକ ମହାସଂଘ ପକ୍ଷରୁ ଆୟୋଜିତ ଗଣତନ୍ତ୍ର ଦିବସରେ ଅବସରପ୍ରାପ୍ତ ଡିଇଟି ହରିହର ସେଠୀ ପତାକା ଉତ୍ତୋଳନ କରିଥିଲେ। ଉତ୍ସବରେ ଡାକ୍ତର ଅରୁଣ ଚନ୍ଦ୍ର ସେଠୀ, ଆକୁଳ ଚନ୍ଦ୍ର ସେଠୀ, ମାନଗୋବିନ୍ଦ ସେଠୀ, ରମାକାନ୍ତ ଦାସ, ରାମନାଥ ସେଠୀ, ସନ୍ତୋଷ କୁମାର ସେଠୀ, ସୁଲୋଚନା ଦାସ, ଜୟନ୍ତୀ ସେଠୀ, ହରିହର ସେଠ୍‌, ଦୁଃଶାସନ ସେଠୀ, ଶାନ୍ତି ସେଠୀ, ଲକ୍ଷ୍ମୀ ସେଠୀ, ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଅଟୋ ଚାଳକ ସଂଘ
ଅଟୋ ଚାଳକ ସଂଘ, ବସ୍ତି ଉନ୍ନୟନ ମହାସଂଘ ଏବଂ ଇଷ୍ଟକୋଷ୍ଟ୍‍ ରେଲ୍‌େଓ୍ଵ ପୋର୍ଟ୍‌ର୍ସ ୟୁନିୟନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ସୁର ଜେନା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସୁରେଶ ରଥ ଓ ସୁବାସ ସାହୁ, ସୁଧୀର ଦାସ, ରାଧାକାନ୍ତ ଶତପଥୀ, ବି ଜଗନ୍ନାଥ ପାତ୍ର, କୁନା ଜାଲି, ଶିବ ବେହେରା, ରୀତା ସେଠୀ ଏବଂ ପ୍ରଦୀପ ଦାସ ପ୍ରମୁଖ ଭିନ୍ନ ଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର