ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣତନ୍ତ୍ର ଦିବସ

ତ୍ରିଶକ୍ତି ମହିଳା ପରିଷଦ: ବରମୁଣ୍ଡା ଗାଁ ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ୬୯ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି। ପରିଷଦର କାର୍ଯ୍ୟାଳୟ ପରିସରରେ ଆୟୋଜିତ ତ୍ରିରଙ୍ଗା ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସମ୍ବାଦର ଫିଚର୍‌ ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସଭାନେତ୍ରୀ ସଂଯୁକ୍ତା ଭୁତିଆ, ସମ୍ପାଦିକା ବନଜା ନାୟକ ଓ କୋଷାଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦସ୍ୟାମାନେ ଜାତୀୟ ସଂଗୀତ ଗାନ କରିଥିଲେ।

ଯଦୁପୁର ‘ରୁଜୁ’: ଯଦୁପୁରସ୍ଥିତ ରୁରାଲ୍‌ ଅର୍ବାନ୍‌ ଡେଭେଲପମେଣ୍ଟ ହେଲ୍‌ଥ ଆଣ୍ଡ୍‌ ଡ୍ୟାନ୍‌ସ ଚାରିଟେବଲ୍‌ ଟ୍ରଷ୍ଟ(ରୁଜୁ) ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସେକ୍‌ ଅବୁତହାର୍‌(ମୁନ୍ନା)ଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମୁଜାହିଦ୍‌ ହୁସେନ୍‌ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ସଦସ୍ୟ ପ୍ରକାଶ ଜେନା, ରଜତ ମହାନ୍ତି ଓ ବିଶ୍ୱଜିତ୍‌ ଜେନା ପ୍ରମୁଖ ସଦସ୍ୟମାନେ ଜାତୀୟ ସଂଗୀତ ଗାନ କରିଥିଲେ।

ସିଣ୍ଡିକେଟ୍‌ ବ୍ୟାଙ୍କ: ସିଣ୍ଡିକେଟ୍‌ ବ୍ୟାଙ୍କ୍‌ ଆଞ୍ଚଳିକ କାର୍ଯ୍ୟାଳୟ-୧ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉପଆଞ୍ଚଳିକ ପ୍ରବନ୍ଧକ ଶ୍ରୀନିବାସ ମାନସିଂହ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ସମେତ ବ୍ୟାଙ୍କର ଅଧିକାରୀ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ଗିଫ୍ଟ ଇଞ୍ଜିନୟରିଂ କଲେଜ: ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜି (ଗିଫ୍ଟ) ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଟାଟା ଷ୍ଟିଲର ଟେକନୋକ୍ରାଟ ପାର୍ଥସାରଥୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିର୍ଦେଶକ ପତିତପାବନ ପଣ୍ଡା, ଅଧ୍ୟକ୍ଷ ଏସ୍‌. କ୍ରିଷ୍ଣାମୋହନ, ଡିନ୍‌ ପି.କେ ସୁବୁଦ୍ଧି , ରେଜିଷ୍ଟ୍ରାର ଭିବେକ ଶର୍ମା, ପ୍ରଫେସର ତପନ କୁମାର ପଣ୍ଡା, କର୍ଣ୍ଣେଲ ମିହିର କୁମାର ରାଉତ, ଡିନ୍‌ କର୍ପୋରେଟ୍‌ ଲାଲା ନୀଳାଦ୍ରି ବିହାରୀ ରାଏ, ପ୍ରଫେସର ସୁଧାଂଶୁ ଭୂଷଣ ପତି ପ୍ରମୁଖ ଉପସ୍ଥିତ ଥିଲେ। ଭାବଗ୍ରାହୀ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ନାଗେଶ୍ୱର ଟାଙ୍ଗୀ: ନାଗେଶ୍ୱର ଟାଙ୍ଗୀ ହାଉସିଂବୋର୍ଡ କଲୋନି ଉନ୍ନୟନ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ପରିଷଦର ସଭାପତି ବିପିନ ଦାଶ ପତାକା ଉତ୍ତୋଳନ କରିଥିଲେ। ପରିଷଦର ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଇଂ କମଳାକାନ୍ତ ସେନାପତି, ଡାକ୍ତର ସନ୍ଧ୍ୟାରାଣୀ ଶତପଥୀ, ପ୍ରଫେସର ବିଜୟକୃଷ୍ଣ ରଥ, ହରେକୃଷ୍ଣ ମହାନ୍ତି, ସଞ୍ଜୀବ ମିଶ୍ର, ମୀନକେତନ ଜେନା, ଶ୍ରୀବତ୍ସ ପ୍ରସାଦ ଚଇନି, ଦେବାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କର୍ପୋରେଟର୍‌ ସୀମା ନାୟକ ଉପସ୍ଥିତ ଥିଲେ।

ଏଲ୍‌ପି ଟିମ୍‌: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ୍‌ପି ଟିମ୍‌ ପକ୍ଷରୁ ସ୍ଥାନୀୟ ହାଉସିଂବୋର୍ଡ ଦୁର୍ଗା ପଡ଼ିଆରେ ୬୯ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସଂଗଠନର ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ସମରେନ୍ଦ୍ର ସାହୁ ପତାକା ଉତ୍ତୋଳନ କରିଥିଲେ। ସଭାପତି ପ୍ରସନ୍ନ ପାଣି, ସଂପାଦକ ଅନିରୁଦ୍ଧ ସାହୁ, ଉପସଭାପତି ରମାକାନ୍ତ ସ୍ୱାଇଁ, ବିଶ୍ୱନାଥ ଜେନା, ଅମିତ୍‌ କୁମାର ଦାଶ, ହିମାଂଶୁ ନାୟକ, ସୌମ୍ୟା ଶ୍ରୀପର୍ଣ୍ଣା, ମନୋଜ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଅଲ୍‌ ଓଡ଼ିଶା ପେଟ୍ରୋଲ୍‌ ଡିଜେଲ୍‌ ପମ୍ପ୍‌ କର୍ମଚାରୀ ସଂଘ: ଅଲ୍‌ ଓଡ଼ିଶା ପେଟ୍ରୋଲ୍‌ ଡିଜେଲ୍‌ ପମ୍ପ୍‌ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଗଣତନ୍ତ୍ର ଦିବସରେ ସଂଘର ସଭାପତି ସୁରେଶ ଚନ୍ଦ୍ର ରାଉତରାୟ ପତାକା ଉତ୍ତୋଳନ କରିଥିଲେ। ସଂଘର ୮୧ଟି ପେଟ୍ରୋଲ୍‌ ଡିଜେଲ୍‌ ପମ୍ପ୍‌ର କର୍ମଚାରୀମାନେ ଉପସ୍ଥିତ ଥିଲେ। ସମ୍ପାଦକ ପବିତ୍ର ଛାଟୋଇ, ଶଙ୍କର ମାଝୀ, ଆର୍ତବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଂଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର