ଧଉଳି: ଧଉଳି ପାଦଦେଶରେ ରାସ୍ତା ପାର ହେଉଥିବା ବେଳେ ଆଜି ଏକ ୧୦ ଫୁଟିଆ ଅଜଗର ଉଦ୍ଧାର ହୋଇଛି। କଣାସ କେନାଲ ରାସ୍ତା ବଜରଙ୍ଗୀ ମାର୍କେଟ କମ୍ପ୍ଲେକ୍ସ ନିକଟରେ ସାପଟି ରାତି ସାଢେ ୧୦ଟା ବେଳେ ରାସ୍ତା ପାର ହେବା ବେଳେ ବ୍ୟବସାୟୀମାନେ ଦେଖିଥିଲେ।
ଏସମ୍ପର୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳଙ୍କୁ ଯୋଗାଯୋଗ କରିଥିଲେ। ଅରୁଣ ପହଞ୍ଚି ସାପଟିକୁ କାବୁ କରିଥିଲେ। ଦୟାନଦୀ ବନ୍ୟା ପାଣିରେ ସାପଟି ଭାସି ଆସିଥିବା ଅନୁମାନ କରାଯାଉଛି। ଆସନ୍ତାକାଲି ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/28-11.jpg)