ଭୁବନେଶ୍ୱର: ଆଜି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ବିଭାଗ ଆନ୍ଧ୍ର ପ୍ରଦେଶର ବିଜୟଓ୍ଵାଡା ଷ୍ଟେସନରୁ ୪୦୬ଟି ବିରଳ କଇଁଛ ଜବତ କରିଛି। ଯାହାର ବଜାର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ। ଏହି କଇଁଛ ଭୁବନେଶ୍ୱର ବାଟ ହୋଇ ବାଲାଂଦେଶ ଯାଇଥାନ୍ତା ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବକ, ଦୁଇ ଜଣ ମହିଳା ଦିବ୍ରୁଗଡ଼ କନ୍ୟାକୁମାରୀ ଏକ୍ସପ୍ରେସ ଟ୍ରେନ୍ର ସାଧାରଣ ବଗିରେ ୨ଟି ବ୍ୟାଗରେ କଇଁଛ ନେଇ ଆସୁଥିବା ଖବର ମିଳିଥିଲା। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଏହି ବଗି ଉପରେ ଚଢ଼ଉ କରିବାବେଳେ ଦୁଇଟି କଇଁଛ ଭର୍ତି ବ୍ୟାଗ୍ ଜବତ କରିଥିଲା। କିନ୍ତୁ ମହିଳା ଦ୍ୱୟ ଫେରାର ହୋଇ ଯାଇଥିଲେ। ଗୁଇନ୍ଦା ବିଭାଗ ସୂଚନା ଦେଇଛି କି ଏହି କଇଁଛ ସବୁ ଭୁବନେଶ୍ୱର ଆସିଥାନ୍ତା। ଏଠାରୁ ଏହି କଇଁଛକୁ ବାଲାଂଦେଶ ପଠା ଯାଇଥାନ୍ତା। ତେବେ ଭୁବନେଶ୍ୱରରେ କିଏ ଏହି ସବୁ କଇଁଛକୁ ନେଇଥାନ୍ତେ ସେ ନେଇ ଗୁଇନ୍ଦା ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଏଠାରେ ପ୍ରକାଶଥାଉକି, କିଛି ଦିନ ତଳେ କମିସନରେଟ ପୁଲିସ ପକ୍ଷରୁ ସହିଦନଗରରେ ଥିବା ଏକ ସୋରୁମ୍ରେ ଚଢ଼ଉ କରାଯାଇ ବହୁ ପରିମାଣର ବିରଳ କଇଁଛ ଜବତ କରାଯିବା ସହିତ ଜଣେ ବଙ୍ଗୀୟ ଯୁବକଙ୍କୁ ଗିରଫ କରାଯାଇଥିଲା। ସେହିପରି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପୁରୁଣା ଭୁବନେଶ୍ୱର ବ୍ରହ୍ମେଶଶ୍ୱର ବାଗରେ ଚଢ଼ଉ କରାଯାଇ ବହୁ ପରିମାଣର କଇଁଛ ଜବତ କରାଯାଇଥିଲା। ଏହି ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ୱର ଏବେ କଇଁଛ ଚାଲାଣର ମାଧ୍ୟମ ହୋଇଛି ବୋଲି ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ଦେଇ ଯାଇଥାନ୍ତା ବାଂଲାଦେଶ: ବିଜୟଓ୍ଵାଡା ଷ୍ଟେସନ୍ରୁ ୪୦୬ଟି ବିରଳ କଇଁଛ ଉଦ୍ଧାର
/sambad/media/post_attachments/wp-content/uploads/2018/02/tapas-kainchha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)