ଭୁବନେଶ୍ବର: ଭରତପୁର ଥାନା ପୁଲିସ୍ ଆଜି ଜଣେ ବ୍ୟବସାୟୀଙ୍କ ଗଳିତ ଶବ ଜବତ କରିଛି। ସେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଓଡ଼ିଆଲ୍ପୁର ଅଞ୍ଚଳର ବୈକୁଣ୍ଠ ତରେଇ(୨୭)। ସେ ଗତ ୫ବର୍ଷ ହେବ ଏଠାରେ କଳିଙ୍ଗନଗର କେ-୭ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଛି।
ସୂଚନା ମୁତାବକ, ବୈକୁଣ୍ଠଙ୍କ ବରମୁଣ୍ଡା ଅଞ୍ଚଳରେ ଏକ କୂଅ ନନ୍ଦ ଫ୍ୟାକ୍ଟ୍ରି ଥିଲା।
୩ ଦିନ ହେବ ପରିବାରଲୋକ ତାଙ୍କୁ ଫୋନ୍ କରୁଥିଲେ ବି ସେ ଫୋନ୍ ଉଠାଇ ନଥିଲେ। ସନ୍ଦେହ ହେବାରୁ ବାପା ଗଣେଶ ତରାଇ ସୋମବାର ସକାଳୁ କଳିଙ୍ଗନଗରସ୍ଥିତ ତାଙ୍କ ଭଡ଼ାଘରକୁ ଆସିଥିଲେ। ବହୁ ସମୟ ଧରି କବାଟ ବାଡ଼େଇବା ପରେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ସେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଘରର ଏକ ବିମ୍ରେ ବୈକୁଣ୍ଠ ଝୁଲି ରହିଥିବା ଦେଖିବା ପରେ ପୁଲିସକୁ ସୂଚନା ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ପୁଲିସ୍ ତାଙ୍କ ମୋବାଇଲ୍ ଯାଞ୍ଚ କରି ତାଙ୍କ ମୃତ୍ୟୁର ତଦନ୍ତ ଚଳାଇଛି। ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)