ଭୁବନେଶ୍ବର: ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ ପକ୍ଷରୁ ଗବେଷକ କେଦାରନାଥଙ୍କ ଶ୍ରାଦ୍ଧ ଓ କବି ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। କେଦାରନାଥ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ନିକଟରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ମହାପାତ୍ରଙ୍କ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଗଠନରେ ଭୂମିକା ଓ ଯୋଗଦାନ ଅବିସ୍ମରଣୀୟ ବୋଲି କହିଥିଲେ। ସେ ଏକାଧାରରେ ଐତିହାସିକ, ଗବେଷକ, ଲେଖକ ଓ ସମାଜସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ବୋଲି ସ୍ମୃତି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Advertisment

ସେହିପରି ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୬ତମ ଜୟନ୍ତୀ ଉତ୍ସବରେ ତାଙ୍କ ପ୍ରତିମୂର୍ତ୍ତିସ୍ଥଳରେ ଗୁଣ କୀର୍ତ୍ତନ କରି ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ପ୍ରାଧ୍ୟାପକ ରଙ୍ଗାଧର ସାହୁ, ଉମେଶ ମହାପାତ୍ର, ନିରୋଜ କୁମାର ରାଉତ, ନିଶାକର ରାଉତ, ବଂଶୀଧର ଭୋଇ, ସନ୍ତୋଷ କୁଣ୍ଡୁ, ଅନୁଜ କୁମାର ଦାସ, ମିହିର ପଟ୍ଟନାୟକ, ହାଡ଼ିବନ୍ଧୁ ବେଉରିଆ, ହରପ୍ରିୟା ପଟ୍ଟଯୋଶୀ, ବୈକୁଣ୍ଠ ଭୋଇ, ସତ୍ୟବ୍ରତ ଜେନା, ନରେନ ସାହୁ, ଦିପ୍ତୀମୟୀ ରାୟ, ପ୍ରଗତି ରଥ, ରମେଶ ଚନ୍ଦ୍ର ପାତାଳ ସିଂ, ଗିରିଜା ଶଙ୍କର ମହାପାତ୍ର, ଜ୍ୟୋତି ରଞ୍ଜନ ରାଉତ, ତାପସ ସାହୁ, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ବରପୁତ୍ରମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।