ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଧାରଣା

ଭୁବନେଶ୍ୱର: ୩ ଦଫା ଦାବିରେ ରିଜର୍ଭ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସର୍ବ ଭାରତୀୟ ସଂଯୁକ୍ତ ମଞ୍ଚର ପକ୍ଷରୁ ଭୁବନେଶ୍ୱର ସ୍ଥିତି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦିନିକିଆ ଧାରଣା ଅନୁଷ୍ଠିତ ହୋଇଯାଇଛି। ପେନ୍‌ସନର ଉନ୍ନତିକରଣ, ଆଉ ଏକ ପେନସନ୍‌ ଅପସନ୍‌ ପ୍ରଦାନ ଏବଂ ୨୦୧୨ ପରେ ନିଯୁକ୍ତ କର୍ମଚାରୀମାନଙ୍କ ପାଇଁ ବ୍ୟାଙ୍କର ଅତିରିକ୍ତ ପ୍ରୋଭିଡେଣ୍ଟ ଫଣ୍ଡ ଯୋଜନା ଲାଗୁକରିବା ଆଦି ଦାବିକୁ ନେଇ ଦେଶ ବ୍ୟାପି ଦିନିକିଆ ଧାରଣା କାର୍ଯ୍ୟକ୍ରମ ଆହ୍ଵାନ କ୍ରମେ କର୍ମଚାରୀମାନେ ଧାରଣାରେ ବସିଥିଲେ। ଦାବିପୁରଣ ନହେଲେ ଆଗାମୀ ଦିନରେ ସର୍ବଭାରତୀୟ ସ୍ତରରେ ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।। ସଂଗଠନର ଆବାହକ ପୂର୍ଣ୍ଣଚନ୍ଦ୍ର ବେହେରା, ରିଜର୍ଭବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏସନ୍‌ର ସଭାପତି ସୁଶାନ୍ତ ମହାପାତ, ରିଜର୍ଭବ୍ୟାଙ୍କ ଓ୍ଵାକର୍ସ ୟୁନିୟନର ସଂପାଦକ ସନ୍ତୋଷ କୁମାର ଦିଗଲ, ସଭାପତି ପଦ୍ମ ଚରଣ ମଲ୍ଲିକ ପ୍ରମୁଖଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଗଠନ, ଓ୍ଵାର୍କସ ୟୁନିୟନ, ଏମ୍ପ୍ଲଇଜ୍‌ ଆସୋସିଏସନ୍‌, ଅଧିକାରୀ ସଂଗଠନଙ୍କ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଦାବିକୁ ସମର୍ଥନ ଜଣାଇ ଥିଲେ।

ସମ୍ବନ୍ଧିତ ଖବର