ପୁରୁଣା ଭୁବନେଶ୍ବର: ରାଜଧାନୀରେ ସବୁଆଡ଼େ ଚାଲିଛି ସୌନ୍ଦର୍ଯ୍ୟୀକରଣ। କିନ୍ତୁ ଖୋଦ୍ ବିଏମ୍ସି କାର୍ଯ୍ୟାଳୟ କଡ଼ରେ ଥିବା ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତ ନିକଟରେ ଅସଜଡ଼ା ସୌନ୍ଦର୍ଯ୍ୟ। ପ୍ରତିମୂର୍ତ୍ତି ସ୍ଥଳ ପାଲଟିଛି ଅନାବନା ଗଛର ଜଙ୍ଗଲ। ମାସ ମାସ ଧରି ପ୍ରତିମୂର୍ତ୍ତି ଓ ଏହା ଚାରିପାଖ ସଫା ହେଉନାହିଁ। ଫଳରେ ପ୍ରତିମୂର୍ତ୍ତି ପଛ ପାଖରେ ଉଇ ହୁଙ୍କା ଓ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବିଏମ୍ସି କାର୍ଯ୍ୟାଳୟ ଠାରୁ ୧୦୦ମିଟର ଦୂରରେ ଓ ସଂସ୍କୃତି ବିଭାଗ କାର୍ଯ୍ୟାଳୟର ୩୦୦ମିଟର ଦୂରରେ ଏହା ରହିଛି। ତେବେ ପ୍ରତିମୂର୍ତ୍ତି ନିକଟ ଅବହେଳିତ ଅବସ୍ଥାରେ ରହିଥିଲେ ସୁଦ୍ଧା ନା ଏଥିପ୍ରତି କାହା ନଜର ପଡ଼ୁଛି, ନା ସରକାରୀସ୍ତରରେ ଏହାକୁ ସଫା କରିବା ପାଇଁ ଉଦ୍ୟମ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରତିମୂର୍ତ୍ତି ନିକଟରେ ଥିବା ଫାଉଣ୍ଟେନ ୨ ବର୍ଷ ଧରି ଅଚଳ ହୋଇ ପଡ଼ିଥିବା ବେଳେ ଏହା ପରିସରରେ ଅନାବନା ଜଙ୍ଗଲ ସୃଷ୍ଟି ହୋଇଛି। ମହାନଗର ନିଗମ କର୍ଯ୍ୟାଳୟ କଡ଼ରେ ଦୀର୍ଘ ବର୍ଷ ପୂର୍ବେ ବିଡିଏ ପକ୍ଷରୁ ସ୍ଥାପନ ହୋଇଥିବା ଏହି ଫାଉଣ୍ଟେନର ରକ୍ଷଣାବେକ୍ଷଣ ଦାୟିତ୍ବରେ ବିଡିଏ ଥିବା ବେଳେ ପ୍ରୋଗ୍ରେସ ଏବଂ ପାର୍ଟନରସିପ୍ ଭାବେ ବିଏମସି ରହିଛି। ନିକଟରେ ମ୍ୟୁଜିୟମ୍ ଥିବାରୁ ସନ୍ଧ୍ୟା ସମୟରେ ଏହା ଲୋକଙ୍କ ମନୋରଞ୍ଜନ କରୁଥିଲା। ହେଲେ ସୌନ୍ଦର୍ଯ୍ୟ ଫେରାଇ ଆଣିବା କିମ୍ବା ମରାମତି ବାବଦରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନନେବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ପଟରେ ସହର ସୁନ୍ଦର ବାବଦରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଖୋଦ କଳ୍ପନା ଛକ ନିକଟ ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ତଥା ମହାପୁରୁଷଙ୍କ ପ୍ରତିମୂର୍ତ୍ତି କଡ଼ରେ ଏପରି ଅବ୍ୟବସ୍ଥା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ କୁହନ୍ତି ବକ୍ସି ଜଗବନ୍ଧୁ ହେଲେ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନର ପ୍ରଥମ ନାୟକ। ତାଙ୍କ ପ୍ରତିମୂର୍ତ୍ତି ନିକଟରେ ଅଳିଆ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷିତ ହେଉଛି। ସେହି ସ୍ଥାନ ଅସାମାଜିକ ଲୋକଙ୍କ ଆଡ଼ାସ୍ଥଳ ପାଲଟି ଥିବା ବେଳେ ପ୍ରବେଶ ପଥ ଭାଙ୍ଗି ପଡ଼ିଛି।
ତାହାର ନିର୍ମାଣ ହୋଇପାରି ନାହିଁ। ଯଦି ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ବିଏମ୍ସି କାର୍ଯ୍ୟାଳୟ ନିକଟରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିସ୍ଥଳର ଏପରି ଅବସ୍ଥା ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିସ୍ଥଳ ଏଥିରୁ ସହଜରେ ଅନୁମେୟ। ସ୍ବାଧୀନତା ଆନ୍ଦୋଳନର ମହାବୀରଙ୍କ ପ୍ରତିମୂର୍ତ୍ତିସ୍ଥଳ ଅବହେଳା ଏକ ଅପସଂସ୍କୃତିକୁ ଜନ୍ମ ଦିଏ। ଯାହାକୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ନିନ୍ଦା କରୁଛି। ଏନେଇ ସମାଜସେବୀ ମହାସଂଘ ସଭାପତି ନାରାୟଣ ଚନ୍ଦ୍ର ଓଝା କୁହନ୍ତି ଏହି ଅବହେଳା ମହାପୁରୁଷଙ୍କ ପ୍ରତି ଅପମାନ। କର୍ତ୍ତୃପକ୍ଷ ତୁରନ୍ତ ଏହି ସ୍ଥାନର ପୁନରୁଦ୍ଧାର କରିବା ଉଚିତ। ତେବେ ଏନେଇ ବିଏମ୍ସି ସିଟି ଇଞ୍ଜିନିୟରଙ୍କୁ ପଚରିବାରୁ ସେ କିଛି କହିବାକୁ ମନା କରିଥିଲେ। ଏ ସମ୍ପର୍କରେ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ କୁହନ୍ତି ବିଡିଏ ଓ ବିଏମ୍ସି ଏହାର ଦାୟିତ୍ବରେ ରହିଛନ୍ତି। ଏହାର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/fh46sf54h6f5hs4f65hs.jpg)