ଭୁବନେଶ୍ବର : ଗତ ୨୮ ତାରିଖ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା କମ୍ୟୁନିଟି ସଂଗଠକ (ସିଓ) ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି। ଏହା ସହିତ କୋଭିଡ୍ ଯୋଦ୍ଧା ସମ୍ମାନରେ ବିଏମ୍ସି ସମ୍ମାନିତ କରିଛି। ଏସସିବିରୁ ଆଜି ଶବ ସତ୍ୟନଗର ମଶାଣିକୁ ଅଣାଯିବା ପରେ ଏହି ସମ୍ମାନ ଦିଆଯାଇଛି। ସରସ୍ୱତୀ ୨୦୧୨ ମସିହାରୁ ବିଏମ୍ସିରେ ଯୋଗ ଦେଇ ତିନୋଟି ଜୋନ୍ରେ ସଫଳତାର ସହ କାମ କରିଥିଲେ। ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ଅତିରିକ୍ତ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଶ୍ରୀମନ୍ତ ମିଶ୍ର, ପୁରନ୍ଦର ନନ୍ଦଙ୍କ ସମେତ ତିନି ଜଣ ଜେଡିସି ଉପସ୍ଥିତ ଥିଲେ। ସାଉଥ୍ୱେଷ୍ଟ ଜୋନ୍ର ଜୋନାଲ କମ୍ୟୁନିଟି ସଂଗଠକ ପ୍ରତାପ ପଟ୍ଟନାୟକ ଓ ତାଙ୍କ ଟିମ୍ ସରସ୍ୱତୀଙ୍କ ଚିକିତ୍ସା ପାଇଁ ଉଲ୍ଲେଖନୀୟ ସହଯୋଗ କରିଥିଲେ।
ସରସ୍ବତୀଙ୍କୁ କୋଭିଡ୍ ଯୋଦ୍ଧା ସମ୍ମାନ
/sambad/media/post_attachments/wp-content/uploads/2020/09/Covid-Warrior.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)