ଅନିଲ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧନା

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ଭୁବନେଶ୍ବର: ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗଦେବା ପାଇଁ ଭୁବନେଶ୍ବର ଆସିଥିବା ବେଳେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କୁ ‘ଓଡ଼ିଶା#ଫାଷ୍ଟ୍‌ ପର୍ସନାଲିଟି’ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ୧୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ‌ତାଙ୍କର ଭାବବିନିମୟ ହୋଇଥିଲା। ତାଙ୍କ ପ୍ରତି ସମର୍ଥନ ଜାରି ରଖିଥିବାରୁ ସେ କୃତଜ୍ଞତା ଜଣାଇଥିଲେ। ରାଜ୍ୟର ବିକାଶରେ ତାଙ୍କ ଯୋଗଦାନକୁ ଆହୁରି ବଢ଼ାଇବେ ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ସଂପର୍କ କଥା ମଧ୍ୟ ବଖାଣିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଖ୍ୟାତନାମା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପ୍ରଖ୍ୟାତ ବଂଶୀବାଦକ ତଥା ଫୋରମର ଅଧ୍ୟକ୍ଷ ହରିପ୍ରସାଦ ଚୌରାସିଆ, ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ସୁଦର୍ଶନ ସାହୁ, ଦିଲିପ ତିର୍କି, ପ୍ରଭାକର ମହାରାଣା, ନନ୍ଦିତା ଦାସ, ଅରୁଣା ମହାନ୍ତି, ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ। ବେଦାନ୍ତକୁ ଓଡ଼ିଶାର ଜଣେ ପ୍ରକୃତ ବନ୍ଧୁ ବୋଲି ସେମାନେ ମତ ଦେଇଥିଲେ। ରାଜ୍ୟରେ ଅନେକ ପ୍ରକାର ଭଲ ପଦକ୍ଷେପ ନେଉଥିବାରୁ ବିଶିଷ୍ଟ ବ୍ୟକ୍ତିମାନେ ବେଦାନ୍ତ ଲିମିଟେଡର (ଆଲୁମିନିୟମ ବିଜନେସ) ସିଇଓ ରାହୁଲ ଶର୍ମା ଏବଂ ବେଦାନ୍ତ ଆଲୁମିନିୟମର ସଭାପତି ତପନ କୁମାର ଚାନ୍ଦଙ୍କର ମଧ୍ୟ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର