ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚରମ ପଦକ୍ଷେ ନିଆଯାଇଛି। ଚଳିତ ଜୁଲାଇ ମାସ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ କଟକଣା ଲଗାଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ବିଏମ୍ସି କମିସନର ଶ୍ରୀ ଚୌଧୁରୀ କହିଛନ୍ତି, କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଂଚଳ କିମ୍ବା କାରଖାନାରେ ବାହାର ରାଜ୍ୟର ଶ୍ରମିକଙ୍କ ପ୍ରବେଶ ନିଷେଧ କରାଯାଇଛି। ଭୁନେଶ୍ୱରର କୌଣସି ବି ଶିଳ୍ପ ସଂସ୍ଥା କାମ ପାଇଁ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣିପାରିବେ ନାହିଁ। ତେବେ ଯଦି ପୂର୍ବରୁ କେହି ଆସିସାରିଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ପ୍ରଥମେ ୧୪ ଦିନିଆ କ୍ୱାରେଂଟିନରେ ରଖାଯିବ ଆଉ କ୍ୱାରେଂଟିନ ଅବଧି ସରିବା ପରେ ଯାଇ ସେମାନେ କାମରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ଏଥି ସହିତ ରାଜ୍ୟରେ ଅନେକ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି। ତେଣୁ ସେମାନଙ୍କୁ ଏହି କାମରେ ନିୟୋଜିତ କରିବାକୁ ବିଭିନ୍ ଶିଳ୍ପସଂସ୍ଥାର ମାଲିକମାନଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର।
ଏହାଛଡା ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛି ବିଏମସି। ତେବେ ରାଜ୍ୟର ବିଭିନ୍ନ ହଟସ୍ପଟ ଅଂଚଳରୁ ମେଡିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କଠାରେ କରୋନା ଭୁତାଣୁ ବହୁ ସଂଖ୍ୟକ ଚିହ୍ନଟ ହେଉଛି। ତେଣୁ କୌଣସି ମେଡିକାଲକୁ ଯଦି ହଟସ୍ପଟ ଅଂଚଳରୁ କେହି ରୋଗୀ ଆସୁଛନ୍ତି ତେବେ ସେମାନଙ୍କୁ ଏଂଟ୍ରି ପଏଂଟରେ ହିଁ ତାଙ୍କୁ ଅଲଗା ସିଷ୍ଟମ ଦେବୋ ଯଦି ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଉଛି ତେବେ ପରୀକ୍ଷା ପରେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ଦେବେ ନାହିଁ। ତାଙ୍କର ପୂରା ତଥ୍ୟ ରଖିବେ, ଯଦି ତାଙ୍କ ପାଖରେ ଆଇସୋଲେନସର ଫାସଲିଟି ରହିଛି ତେବେ ତାଙ୍କୁ ଆଇସୋଲେସନରେ ରହିବାକୁ କହିବେ ଏବଂ ଯଦି ତାଙ୍କ ଘରେ ଏଭଳି ସୁବିଧା କିଛି ନାହିଁ ତେବେ ହସପିଟାଲର ପୂରା ଦାୟିତ୍ୱ ରହିବ କି ବିଏମସିର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଂଟିନରେ ପଠାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/13-4-750x430.jpg)