ରାଜସ୍ବ ବିପର୍ଯ୍ୟୟ ପରିଚାଳନା ସ୍ବତନ୍ତ୍ର ସଚିବଙ୍କ ସମ୍ପତ୍ତି ଠୁଳ ମାମଲା : ଖୋଜା ଚାଲିଛି ବେଆଇନ ସମ୍ପତ୍ତିର ଆୟ ସୂତ୍ର

ପତ୍ନୀଙ୍କ ନାଁରେ ମାମଲା ରୁଜୁ କଲା ଭିଜିଲାନ୍ସ

ଭୁବନେଶ୍ବର : ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ତଥା ବିତ୍ତ ଉପଦେଷ୍ଟା ଅଜୟ କୁମାର ଦାସ ଜେଲ୍ ଯାଇଥିବା ବେଳେ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ। ଅଜୟଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। ଠାବ ହୋଇଥିବା ସମ୍ପତ୍ତିରୁ ଅଜୟଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ବିପୁଳ ପରିମାଣର ରହିଛି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି କହିଛି ଭିଜିଲାନ୍ସ। ଅଜୟ ପୁରୀରେ ଅବସ୍ଥାପିତ ଥିବା ବେଳେ ଏକାଧିକ କମ୍ପାନିକୁ ଅନୁକମ୍ପା ଦେଖାଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ସେହିପରି ଆଉ କେଉଁ ସୂତ୍ରରୁ ଅଜୟ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ସେନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ଅଜୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ପୁଲିସ। ୪ଟି ଫ୍ଲାଟ୍, ୩ କୋଠା, ୯ ପ୍ଲଟ୍, ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୮୧ ଲକ୍ଷ ଟଙ୍କାର ଜୀବନବୀମା ପଲିସି, ୧କେଜି ଓଜନର ସୁନା ଓ ରୁପା ଅଳଙ୍କାର, ନଗଦ ୨ ଲକ୍ଷ ୬୯ ହଜାର ଟଙ୍କା ମିଳିଥିଲା। ଠାବ ସମ୍ପତ୍ତିର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ଆକଳନ କରିଥିଲା।

ସମ୍ବନ୍ଧିତ ଖବର