ଭୁବନେଶ୍ବର : ଲାଞ୍ଚ ନେଇ ରାଜସ୍ୱ ଅଧିକାରୀ ଗିରଫ

ଭୁବନେଶ୍ବର : ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତହସିଲ କାର୍ଯ୍ୟାଳୟର ରାଜସ୍ବ ଅଧିକାରୀ ଦେବଦତ୍ତ ମିଶ୍ରଙ୍କୁ ଭୁବନେଶ୍ବର ଭିଜିଲାନ୍ସ ବିଭାଗ ଅଧିକାରୀ ଗିରଫ କରିଛନ୍ତି। ତାଙ୍କଠାରୁ ମଧ୍ୟ ୫ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ମଧ୍ୟ ତାଙ୍କ କାର୍ଯ୍ୟାଳୟ ସହ ବାଣପୁର ଘରେ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମଧ୍ୟ ଆକଳନ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟକାନ୍ତ ସାହୁ ନାମକ ଆଇନଜୀବୀ ୫ଟି ମ୍ୟୁଟେସନ ଫାଇଲ ରେକର୍ଡ ବଦଳାଇବାକୁ ଚାହୁଁଥିଲେ। କିନ୍ତୁ ଏ ବାବଦରେ ରାଜସ୍ବ ଅଧିକାରୀ ଶ୍ରୀ ମିଶ୍ର ତାଙ୍କୁ ଲାଞ୍ଚ ମାଗୁଥିଲେ। ସୂର୍ଯ୍ୟକାନ୍ତ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଯୋଜନା ମୁତାବକ, ଅଧିକାରୀମାନେ ତହସିଲ କାର୍ଯ୍ୟାଳୟ ନିକଟରେ ଜଗି ରହିଥିଲେ। ଦେବଦତ୍ତ ୫ ହଜାର ଟଙ୍କା ଲାଞ୍ଚ ନେବା କ୍ଷଣି ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର