ଚନ୍ଦ୍ରଶେଖରପୁର: ଋତ୍ବିକ୍ ଆଭା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମାନସିକ ଅନଗ୍ରସର ପିଲାମାନଙ୍କୁ ନେଇ ଏକ ସଚେତନତା ଓ ପ୍ରୋତ୍ସାହନ ଭିତ୍ତିକ କାର୍ଯ୍ୟକ୍ରମ ‘ରିଦିମ୍ ଅଫ୍ ହୋପ୍’ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ତଥା ରେବଳବାଇର ଅବସରପ୍ରାପ୍ତ ପ୍ରଶାସିକା ମଂଜୁ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ୍ଏସ୍ଇପିଡି ବିଭାଗର ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ସ୍ବତନ୍ତ୍ର ଶିକ୍ଷା ଓ ଉଦ୍ୟମ ଦ୍ବାରା ମାନସିକ ଅନଗ୍ରସର ପିଲାମାନେ ସମାଜରେ ସମ୍ମାନର ସହ ଜୀବନଯାପନ କରିପାରିବେ। ସମ୍ମାନିତ ଅତିଥି ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଶାସନ ସଚିବ ତଥା ରେଳ କୋର୍ଡିନେସନ୍ର କମିସନର ମନୋଜ ମିଶ୍ର ଯୋଗଦେଇ ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଦସ୍ୟ ପ୍ରଦୋଷ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଡିଭାଇନ୍ ଚାଇଲ୍ଡ ଇଣ୍ଟିଗ୍ରାଲ୍ ସ୍କୁଲର ସ୍ବତନ୍ତ୍ର ପିଲାମାନଙ୍କୁ ନେଇ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସ୍ମିତାଞ୍ଜଳି ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଋତ୍ବିକ୍ ଆଭାର ସଦସ୍ୟା ମୋହିତା ରାୟ ଧନ୍ୟବାଦ ଦେଇଥିଲେ।
ଋତ୍ବିକ୍ ଆଭା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ରିଦିମ୍ ଅଫ୍ ହୋପ୍’
/sambad/media/post_attachments/wp-content/uploads/2022/11/sf4hfh4f6h54f6h54f5h6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)