କୁଦିଆରୀ, ବୁଢ଼ାପଡ଼ା ମା‌ଙ୍କଡ଼ା ଖଣିରେ ଚଢ଼ଉ

୫ଟି ପାୱାରଟିଲର ଜବତ

ଜଟଣୀ: ଜଟଣୀ ତହସିଲ ଅଞ୍ଚଳରେ ପ୍ରତିଦିନ ବେଆଇନ୍ ମୋରମ ଚାଲାଣ ସହ ମାଙ୍କଡ଼ା ପଥର ଖନନ କରାଯାଉଛି। ମାଫିଆମାନେ ବେଧଡ଼କ୍ ଭାବେ ଏହି ଚୋରା ଚାଲାଣ କରି ମାଲାମାଲ୍ ହେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଜଟଣୀ ତହସିଲ ପକ୍ଷରୁ ଗତକାଲି ଓ ଆଜି କୁଦିଆରୀ ଓ ବୁଢ଼ାପଡ଼ାରେ ଚଢ଼ଉ କରାଯାଇ ୫ଟି ପାୱାରଟିଲର ଜବତ କରାଯାଇଛି। ଜଟଣୀ ଅତିରିକ୍ତ ତହସିଲଦାର ରମେଶ ମଲିକ ଓ ତାଙ୍କ ଟିମ୍ ସହ ଜଟଣୀ ଥାନା ପୁଲିସ ସହଯୋଗରେ ଗତକାଲି ବୁଢ଼ାପଡ଼ାରେ ଚଢ଼ଉ କରି ୩ଟି ପାୱାରଟିଲର ଜବତ କରାଯାଇ ଥିବା ବେଳେ ଆଜି କୁଦିଆରୀରେ ଚଢ଼ଉ କରାଯାଇ ୨ଟି ଜବତ କରାଯାଇଛି।

ସମ୍ବନ୍ଧିତ ଖବର