ରିଜିଓନାଲ୍‌ ଜେନେରାଲ୍‌ ଅଧ୍ୟକ୍ଷଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ଲାୟନ୍ସ କ୍ଲବ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଡିଷ୍ଟ୍ରିକ୍ଟ ୩୨୨-ସି-୪ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍‌ ଲାୟନ୍‌ ବିଶ୍ବନାଥ ମହାନ୍ତି ଏମ୍‌ଜେଏଫ୍‌ଙ୍କ ଦ୍ବାରା ଭୁବନେଶ୍ବର ଡିଉରିନ୍‌ ତାରକା ହୋଟେଲ୍‌ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର୍‌ ଲାୟନ ବିଶ୍ବନାଥ ମହାନ୍ତି, ଏମ୍‌ଜେଏଫ୍‌ ଉଦ୍‌ଘାଟନ କରିଥିଲେ। ଉକ୍ତ ଉତ୍ସବରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର୍‌ ଲାୟନ ସୁରେଶ କୁମାର ପାଢ଼ୀ ଲାୟନ ଜିଲ୍ଲା ତରଫରୁ ପ୍ରଶିକ୍ଷଣ ଶିକ୍ଷକ ଭାବେ ଉପସ୍ଥିତ ରହି ଶିକ୍ଷା ପ୍ରଦାନ କରିଥିଲେ। ଡିଷ୍ଟ୍ରିକ୍ଟ ଚେୟାରପର୍ସନ୍‌ ଜିଏସ୍‌ଟି ଲାୟନ ଅଜୟ କୁମାର ମହାପାତ୍ର କମ୍ପ୍ୟୁଟର ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ କ୍ୟାବିନେଟ୍‌ ସେକ୍ରେଟାରି ଇଂ ପିସି ପାଢ଼ୀ, କୋଷାଧ୍ୟକ୍ଷ ଲାୟନ ରେବତୀ ସ’, ଲାୟନ ହରିହର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର