ରିଙ୍କି ହତ୍ୟାକାଣ୍ଡ: ସାକ୍ଷୀଙ୍କ ବୟାନ ରେକର୍ଡ

ପୁରୁଣା ଭୁବନେଶ୍ୱର : ରାଜଧାନୀରେ ସଂଘଟିତ ବହୁଚର୍ଚ୍ଚିତ ପ୍ରିୟଙ୍କା ଓରଫ୍‌ ରିଙ୍କି ହତ୍ୟାକାଣ୍ଡ ଉପରୁ ପୁଲିସ ପରଦା ହଟାଇବା ପରେ ସୋମବାର ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ସୋମବାର ଏୟାରଫିଲ୍‌ଡ ଥାନା ପୁଲିସ ଭୀମଟାଙ୍ଗିରେ ରିଙ୍କି ରହୁଥିବା ଭଡ଼‌ା ଘର ନିକଟକୁ ଯାଇ ପାଖ ପଡ଼ୋଶୀ ଓ ଘର ମାଲିକଙ୍କ ବୟାନ ରେକର୍ଡ କରିବା ସହ ରିଙ୍କି ଓ ଜଗନ୍ନାଥ ସଂପର୍କ ନେଇ ତଥ୍ୟପ୍ରମାଣ ସଂଗ୍ରହ କରିଛି। ପୂର୍ବରୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ସୁସ୍ଥ ହେବା ପରେ ତାକୁ ପୁଲିସ ଥାନାରେ ପଚରାଉଚରା କରିଥିଲା। ସେହି ସମୟରେ ଜଗନ୍ନାଥ ସବୁ ସତ ମାନିଥିଲା। ରିଙ୍କିକୁ ହତ୍ୟା କରିବା ପରେ ସିନ୍ଦୂର ପିନ୍ଧାଇଥିଲା। ସାଙ୍ଗରେ ଚକଲେଟ ଓ ଛୁରି ଅଣି କିପରି ହତ୍ୟା କରିଥିଲା ସେ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲା।

ସମ୍ବନ୍ଧିତ ଖବର