ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ରେ ଗଣ୍ଡଗୋଳ

ସଂଘବଦ୍ଧ ଆକ୍ରମଣରେ ଯବାନ୍‌ଙ୍କ ହାତ ଭାଙ୍ଗିଲା

ଭୁବନେଶ୍ବର: ଶୁକ୍ରବାର ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ରେ ଘଟିଥିବା ଏକ ଗଣ୍ଡଗୋଳରେ ଜଣେ ଯବାନ୍‌ଙ୍କ ହାତ ଭାଙ୍ଗିଯାଇଛି। ସଂଘବଦ୍ଧ ଆକ୍ରମଣରେ ତାଙ୍କ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ୫ ଯବାନ୍‌ ମିଳିତ ଭାବେ ସହଯୋଗୀ ଯବାନ୍‌ଙ୍କୁ ଏଭଳି ଆକ୍ରମଣ କରିଛନ୍ତି।

ଏନେଇ ଆହତ ଯବାନ୍‌ ଓ ସିଆର୍‌ପିଏଫ୍‌ର ଉପରିସ୍ଥ ଅଧିକାରୀ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର