ରୁବିକ କ୍ୟୁବ ସମାଧାନ କରି ଏସିଆ ବୁକ ଅଫ ରେକର୍ଡସରେ ନିଜ ନାମ ସାମିଲ କଲେ ଋଷିତା

ଭୁବନେଶ୍ଵର: ବୟସ ମାତ୍ର ୧୦ବର୍ଷ | ହେଲେ ସେ ଏବେ ଏମିତି ଏକ ରେକର୍ଡ କରିଛନ୍ତି ଯାହାକି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି | ସିଏ ହେଉଛନ୍ତି ଋଷିତା ସାମନ୍ତରାୟ | ଭୁବନେଶ୍ୱରର ଋଷିତା ଏବେ କିଟ ଅନ୍ତର୍ଜାତୀୟ ବିଦ୍ୟାଳୟର ଷ୍ଟାଣ୍ଡାର୍ଡ ୬ର ଛାତ୍ରୀ ହୋଇଥିବାବେଳେ ସର୍ବାଧିକ ସଂଖ୍ୟକ ରୁବିକ କ୍ୟୁବ ସମାଧାନ କରି ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ ରେକର୍ଡସରେ ନିଜ ନାମ ସାମିଲ୍ କରିଛନ୍ତି |

ତେବେ ଋଷିତା ଏହି ସଫଳତା ପାଇବାକୁ ୧୫ଟି ଜଟିଳ ପିରାମିକ୍ସ ଓ ଦର୍ପଣ କ୍ୟୁବ ସହିତ ୧୫ଟି କ୍ୟୁବ ସମାଧାନ କରିଥିଲେ | ଆଉ ଋଷିତା ମାତ୍ର ୧୫ ମିନିଟରେ ରୁବିକର କ୍ୟୁବ ସମାଧାନ କରି ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ ସହିତ ସାର୍ଟିଫିକେଟ ପାଇଛନ୍ତି |

ପୂର୍ବରୁ ଜଣେ ଶିଶୁ ବୈଜ୍ଞାନିକ ଭାବେ ନାସାର ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଋଷିତାଙ୍କୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି | ତେବେ ଋଷିତାଙ୍କ ଏହି ସଫଳତାରେ ତାଙ୍କ ବାପା କର୍ଣ୍ଣେଲ ଆଶିଷ ସାମନ୍ତରାୟ ଓ ମା’ ରୋହିଣୀ ସିଂହଦେଓ ଖୁସି ବ୍ୟକ୍ତ କରିଛନ୍ତି |

ସମ୍ବନ୍ଧିତ ଖବର